ପାରଳାଖେମୁଣ୍ଡିରେ ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଉତ୍କଳମଣି ଗୋପବନ୍ଧୁଙ୍କ ୯୫ ତମ ଶ୍ରାଦ୍ଧ ଅବସରର ପାରଳାଖେମୁଣ୍ଡି ଉପକଣ୍ଠରେ ପ୍ରବାହିତ ମହେନ୍ଦ୍ରତନୟା ନଦୀ କୂଳରେ ସକାଳ ୭.୩୦ ବେଳେ ତିଳ ତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସାହିତ୍ୟିକ ବିଚିତ୍ରାନନ୍ଦ ବେବର୍ତ୍ତା, ବିନୋଦିନୀ ବିଜ୍ଞାନ ମହାବିଦ୍ୟାଳୟ ଅଧକ୍ଷ ମନୋଜ କୁମାର ପଟ୍ଟନାୟକ, ସମାଜସେବୀ ଆଶାଲତା ପାଣିଗ୍ରାହୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଗୋପବନ୍ଧୁଙ୍କ ଶ୍ରଦ୍ଧା ସୁମନ ଜଣାଇଥିଲେ । ସୁବାଷ ଚନ୍ଦ୍ର ପଣ୍ଡା ପୂଜକ ଭାବେ ଶ୍ରାଦ୍ଧ କାଯ୍ୟ ସମ୍ପାଦନ କରିଥିଲେ । ଏହା ପରେ ନବୋଦୟ ବିଦ୍ୟାଳୟ ଏବଂ ସହରାଞ୍ଚଳ ଛାତ୍ର ନିବାସ ଅନ୍ୱେଷା ପରିସରରେ ଥିବା ଗୋପବନ୍ଧୁଙ୍କ ଦୁଇ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହା ପରେ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟରେ ଏକ ସର୍ବ ଧର୍ମ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି, ବରିଷ୍ଠ ନାଗରିକ ଯୋଗ ଦେଇ ଗୋପବନ୍ଧୁଙ୍କ ସେବା ଓ ତ୍ୟାଗ ବିଷୟରେ ବକ୍ତବ୍ୟ ରଖିଥିଲେ । ଏସକେଶିଜି କଲେଜ ଅଧ୍ୟକ୍ଷ ଡ ଅଜୟ ତ୍ରିପାଠୀ, ସମାଜସେବୀ ପଣ୍ଡିତ ନରସିଂହ ମହଙ୍କୁଡ, ଜଗଦୀଶ ମହାପାତ୍ର, ରଘୁନାଥ ପାତ୍ର, ରାମାରାଓ ଚୌଧୁରୀ, ସୁରେଶ ମହାଙ୍କୁଡ, ତ୍ରିପତି ପ୍ରସାଦ ପଣ୍ଡା, ଅମୂଲ୍ୟରତ୍ନ ପାଣିଗ୍ରାହୀ, ହିମାଂଶୁ ଲିମା, ଶିକ୍ଷକ ଜଗନ୍ନାଥ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *