ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ୱଭୂଷଣ ମହାପାତ୍ର : ପବିତ୍ର ଘୋଷଯାତ୍ରା ଅବସରରେ ମହାପ୍ରଭୁଙ୍କୁ ସମର୍ପିତ ଏକ ସୁନ୍ଦର ଭାବର ଭଜନ “ରଥେ ବିଜେ କ୍ଷେତ୍ରରବି” ! ନୟାଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ମୁକ୍ତିଲାଭ କରିଛି ଏହି ଭଜନ ସଙ୍ଗୀତ । ଏହାର ଗୀତ ରଚନା ଡ. ବିଜୟ କୁମାର ଚୌଧୁରୀ, ସଙ୍ଗୀତ ନିର୍ଦ୍ଦେଶନା ଅଧ୍ୟାପିକା ଜୟଶ୍ରୀ ଦେବୀ ଓ କଣ୍ଠ ଦାନ ସୁରଗନ୍ଧର୍ବ ନବକିଶୋର ମିଶ୍ର କରିଛନ୍ତି । ” ଶ୍ରୀ ସୃଜନ ନୟାଗଡ଼ ” ୟୁଟୁବ୍ ଚ୍ୟାନେଲରେ ପ୍ରସାରିତ ହେବାକୁ ଥିବା ଏହି ସଙ୍ଗୀତ ଭିଡିଓକୁ ସଙ୍ଗୀତଜ୍ଞ ପୂର୍ଣଚନ୍ଦ୍ର ଶତପଥୀ ଉଦ୍ଘାଟନ କରିଥିବା ବେଳେ ସମାଜ ସେବୀ ପ୍ରମୋଦ ପଟ୍ଟନାୟକ, ମନୋଜ କୁମାର ମିଶ୍ର, ଲକ୍ଷ୍ମୀଧର ସାହୁ, ପ୍ରଦୀପ ସାହୁ, ଜିତେନ୍ଦ୍ର ମହାପାତ୍ର, ନୀଳକଣ୍ଠ ଦାସ, ବନ୍ଦିତା ପଟ୍ଟନାୟକ, କାଦମ୍ବିନୀ ମହାପାତ୍ର, ମମତା ମଞ୍ଜରୀ ଦେବୀ, ଆନନ୍ଦ ସ୍ବାଇଁ, ସନ୍ତୋଷ କୁମାର ପରିମାଣିକଙ୍କ ସମେତ ଅନେକ ଶୁଭେଛୁ ଯୋଗ ଦେଇଥିଲେ ।
ମହାପ୍ରଭୁଙ୍କୁ ସମର୍ପିତ ଏକ ସୁନ୍ଦର ଭାବର ଭଜନ “ରଥେ ବିଜେ କ୍ଷେତ୍ରରବି” !!!

