ଟାଙ୍ଗୀ-ଭୁଷଣ୍ଡପୁର-କୁହୁଡି ରେ ରଥଯାତ୍ରା !!!

0
234

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପୁର ପଲ୍ଲୀ ରେ ଅନୁଷ୍ଠିତ ହୋଇଯାଇଛି ଜଗତମୟ ଙ୍କ ଘୋଷଯାତ୍ରା । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ , ଭୁଷଣ୍ଡପୁର , କୁହୁଡି , ବାଣପୁର , ବ୍ରଜଗୋପୀକା ଧାମ ରେ ଅନୁଷ୍ଠିତ ହୋଇଛି ରଥଯାତ୍ରା । ଶ୍ରୀକ୍ଷେତ୍ର ପୁରୀ ର ନୀତିକାନ୍ତି ଅନୁଯାୟୀ ଏଠାରେ ମଧ୍ୟ ରୀତିନୀତି ଅନୁସାରେ ଘୋଷଯାତ୍ରା ଅନୁଷ୍ଠିତ ହୋଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ମାନେ ସମବେତ ହୋଇ ରଥଟଣା କାର୍ଯ୍ୟ କରିଥିଲେ । ଟାଙ୍ଗୀ ରେ ଅନୁଷ୍ଠିତ ରଥଯାତ୍ରାରେ ଠାକୁର ରାଜା ଭାବେ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ଶ୍ରୀ ଭାରତ ଭୂଷଣ ଜଗଦ୍ଦେବ ଯୋଗ ଦେଇଥିଲେ । ଏହି ବିଶେଷ ମୂହୁର୍ତ୍ତରେ ଟାଙ୍ଗୀ ରଥଯାତ୍ରାର ଠାକୁର ରାଜା ତଥା ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ଶ୍ରୀ ଭାରତ ଭୂଷଣ ଜଗଦ୍ଦେବ ଙ୍କ ଦ୍ଵାରା ରଚିତ ପୁଣି ଏକ ପୁସ୍ତକ ” ଭକ୍ତ ପ୍ରିୟ ମହାପ୍ରଭୁ ଶ୍ରୀଜଗନ୍ନାଥ ” ଉନ୍ମୋଚିତ ହୋଇ ଯାଇଛି । ଲୀଳାମୟ ଠାକୁରଙ୍କ ଉପରେ ଶହ ଶହ ଗୀତ ରଚନା କରି ୫ ଟି ପୁସ୍ତକର ଉନ୍ମୋଚନ ପରେ ଏହା ୬ ଷ୍ଠ ପୁସ୍ତକ । ଯାହାକି ସାଧାରଣ ଜନତା , ଭକ୍ତ , ପ୍ରଶାସନିକ ଅଧିକାରୀ ଏପରିକି ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛନ୍ତି ଶ୍ରୀ ଜଗଦ୍ଦେବ । ସରକାରଙ୍କ ସେବା କ୍ଷେତ୍ରରୁ ଅବସର ଗ୍ରହଣ କରିବା ପରେ ଶ୍ରୀ ଜଗଦ୍ଦେବ ଆଧ୍ୟାତ୍ମିକତା ଦିଗକୁ ଆକର୍ଷିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here