କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ମୌଜାର ଅଗ୍ରଣୀ ସାମାଜିକ ସଂଗଠନ ବୟାଳିଶମୌଜା ବିକାଶ ପରିଷଦର ଦ୍ୱାବିଂଶତମ ମେଧା ପ୍ରତିଭା ସମ୍ମାନ ଉତ୍ସବ – ୨୦୨୩ ବ୍ରହ୍ମପୁର ଗ୍ରାମପଞ୍ଚାୟତ ସ୍ଥିତ ଶ୍ରୀରାମ ବଜ଼ାରସ୍ଥ କନକଦୁର୍ଗା ସ୍ମୃତି ମଣ୍ଡପ ପରିସରରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ବିକାଶ ପରିଷଦର ଉପସଭାପତି ଗୌତମ ଚରଣ ପରିଡା କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ l ପରିଷଦର ସଭାପତି ଆଇନଜିବୀ କେଶବ ଚନ୍ଦ୍ର କର ବିଦେଶରେ ଥିବା ଯୋଗୁଁ ଟ୍ୱିଟ କରି ପରିଷଦର ବାର୍ଷିକ ଉତ୍ସବର ସଫଳତା କାମନା କରିଥିଲେ l ପରିଷଦର ଉପଦେଷ୍ଟା ଅଧ୍ୟାପକ ଗଣେଶ୍ୱର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ l ପରିଷଦର ସାଧାରଣ ସମ୍ପାଦକ ନାଟ୍ୟକାର ସନ୍ତୋଷ କୁମାର ପତି ପରିଷଦର ଆଭିମୁଖ୍ୟ ଓ କାର୍ଯ୍ୟାବଳୀକୁ ତାଙ୍କ ସମ୍ପାଦକୀୟ ବିବରଣୀରେ ପଠନ କରିଥିଲେ l ଉତ୍ସବର ମୁଖ୍ୟ ଅତିଥି ଭାବେ କଟକ ଜିଲ୍ଲାପାଳ ଡ଼ଃ.ଭବାନୀ ଶଙ୍କର ଚୟିନି , ମୁଖ୍ୟବକ୍ତା ଭାବେ ପ୍ରଫେସର ନେତାଜୀ ଅଭିନନ୍ଦନ, ସମ୍ମାନନୀୟ ଅତିଥି ଭାବେ ସିନେ କଳାକାର ମନୋଜ କୁମାର ପଣ୍ଡା, ପ୍ରବଚକ ଶିବ ପ୍ରସାଦ ଦାସ, ବିଶିଷ୍ଟ ସମାଜସେବୀ ରୁପେଶ କୁମାର ଜୋସୀ ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ବହୁ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ l ପରିଷଦର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ପରିଷଦ ପକ୍ଷରୁ ମାଟ୍ରିକ ଓ + ୨ କଳା,ବିଜ୍ଞାନ ପରୀକ୍ଷାରେ ସର୍ବୋଚ୍ଚ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ମେଧା ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ପରିଷଦର ମୁଖପତ୍ର “ପଲ୍ଲୀଶ୍ରୀ” ଉନ୍ମୋଚିତ ହେଇଥିଲା ।
୪୨ ମୌଜା ବିକାଶ ପରିଷଦର ୨୨ ତମ ମେଧା ପ୍ରତିଭା ସମ୍ମାନ ଉତ୍ସବ – ୨୦୨୩ ପାଳିତ !!!

