ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ସଦାଶିବପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ସଦାଶିବପୁର ଗ୍ରାମର ସୁଧୀର କୁମାର ତ୍ରିପାଠୀ ଜଣେ ବିଦ୍ୟୁତ କର୍ମଚାରୀ ରୁପେ କାର୍ଯ୍ୟ କରି ଆସୁଥିବା ସମୟରେ ଆଜି ସକାଳୁ ବିଦ୍ୟୁତ ଜନିତ ଆଘାତ ପାଇ ମୃତ୍ୟୁ ବରଣ କରିଛନ୍ତି । ଘଟଣାରୁ ଜଣାଯାଇଛି ଯେ , କମଗରା ଅନ୍ତର୍ଗତ ଶ୍ରୀରାମପୁର ସଵଷ୍ଟେସନ ରେ କାର୍ଯ୍ୟରତ ସୁଧୀର ତ୍ରିପାଠୀ ଆଜି ସକାଳୁ ବିଦ୍ୟୁତ ଖୁଣ୍ଟିରେ ଚଢି ମରାମତି କାମ କରୁଥିଲେ । ତେବେ ସେ କାମ କରୁଥିବା ସମୟରେ ତାଙ୍କ ଅଜାଣତରେ ବିଦ୍ୟୁତ ସଂଯୋଗ ଦିଆ ହେବା କାରଣରୁ ଆଘାତ ପାଇ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ର ମୃତ୍ୟୁ ରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯିବା ସହ ତୀବ୍ର ଉତେଜନା ଦେଖାଯାଇଛି । ଘରେ ତାଙ୍କର ପରିବାର କହିଲେ ତାଙ୍କ ସ୍ତ୍ରୀ, ଗୋଟିଏ ଝିଅ । ବିଭାଗୀୟ ଜେଇ ଏବଂ କଣ୍ଟ୍ରାକ୍ଟର ଙ୍କ ଖାମଖିଆଲି ନୀତି କାରଣରୁ ସୁଧୀରଙ୍କର ଅକାଳ ମୃତ୍ୟୁ ହୋଇଥିବାରୁ , ସରକାର ଙ୍କ ତରଫରୁ ତାଙ୍କ ସ୍ତ୍ରୀ କୁ ତୁରନ୍ତ ଚାକିରୀ ଏବଂ କ୍ଷତିପୂରଣ ବାବଦକୁ 40 ଲକ୍ଷ ଟଙ୍କା ପ୍ରଦାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।