ବାଣପୁର ଥାନା ଅଞ୍ଚଳରେ ଅବକାରୀ ଚଢ଼ାଉ : ଦେଶୀ ମଦ ଜବତ , ଜଣେ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଥାନା ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ , ଦେଶୀ ମଦ ଜବତ ଜଣେ ଗିରଫ । କୈାଣସି ସୂତ୍ରରୁ ଚୋରା ଦେଶୀ ମଦ କାରବାର ହେଉଥିବାର ଖବର ପାଇ ବାଲୁଗାଁ ଅବକାରୀ ବିଭାଗ ପକ୍ଷରୁ ଭେଷରୀ ଗ୍ରାମ ଛକରେ ନିକଟରେ ଚଢ଼ାଉ କରାଯାଇଥିଲା । ଜଣେ ଚୋରା ଦେଶୀ ମଦ ବେପାରୀକୁ ଗିରଫ କରିବା ସହ ତାହାଠାରୁ ୩୦ ଲିଟର ଦେଶୀ ମଦ ସମେତ ଏକ ବାଇକ୍ ଜବତ କରିଛି ଅବକାରୀ ବିଭାଗ । ଗିରଫ ବେପାରୀ ଜଣକ ଭେଷରୀ ଅଞ୍ଚଳର ବୈଦ୍ୟନାଥ ଖୁଣ୍ଟିଆ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *