ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଠିକାଦାରଙ୍କୁ ଗୁଳିକରି ହତ୍ୟା ଘଟଣା ରେ ଟାଙ୍ଗୀ ଥାନା ପୋଲିସକୁ ମିଳିଛି ସଫଳତା।ହତ୍ୟାକାଣ୍ଡ ଘଟଣାର ମାଷ୍ଟର ମାଇଣ୍ଡ ସହ ୩ ଅଭିଯୁକ୍ତ ଗିରଫ କରିବା ସହିତ ୩ଟି ବାଇକ୍ ଓ ଗୋଟିଏ ବନ୍ଧୁକ ଓ ଗୋଟିଏ ଅଫୁଟା ଗୁଳି ଜବତ କରିଛି। ଚଳିତ ମାସ ୧୮ତାରିଖ ରାତିରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ଥାନା ଅଧୀନସ୍ତ୍ ରାଧାମୋହନପୁର ଗ୍ରାମର ଠିକାଦାର ରମେଶ ରାଉତକୁ ଗୁକି କରି ହତ୍ୟା କରିଥିଲେ।ଏହି ସମ୍ବେଦନଶୀଳ ଘଟଣା ଟାଙ୍ଗୀ ଥାନା ଅଞ୍ଚଳର ପ୍ରଥମ ଲୋମହର୍ଷକ ଘଟଣା ହୋଇଥିଲା ବେଳେ ପୋଲିସ ପାଇଁ ବଡ଼ ଚାଲେଞ୍ଜ ଥିଲା ଘଟଣା ର ମାଷ୍ଟର ମାଇଣ୍ଡ କିଏ ଏବଂ କାହିଁକି ଘଟଣା ଘଟିଲା।ଏଥି ପାଇଁ ଟାଙ୍ଗୀ ଥାନାଧିକାରୀ ଦିଗ୍ ବିଜୟ ବିଶ୍ୱାଳ ତିନୋଟି ଟିମ ଗଠନ କରି ଗୁଳିକାଣ୍ଡ ଦିନ ଦୁଇ ଜଣ ଅଭିଯୁକ୍ତକୁ ଅଟକ ରଖି ଖୋଲତାଡ଼ କରିଥିବା ବେଳେ ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ମନୋଜ କୁମାର ପରିଡ଼ା ଏବଂ ଅନ୍ୟ ଜଣେ ସହଯୋଗୀ ସନ୍ତୋଷ କୁମାର ପ୍ରଧାନ ଓରଫ ସିଲୁ କୁ ଗିରଫ କରି ହତ୍ୟାକାଣ୍ଡ ସ୍ଥଳରେ ଟିଆଇ ପାରେଡ଼ କରିବା ସହିତ ଗୁଳିକାଣ୍ଡ ସ୍ଥଳରୁ ଖୋକା ଜବତ କରିଛି ଟାଙ୍ଗୀ ପୁଲିସ। ସୂଚନାଯୋଗ୍ୟ କି, ଗତ ୧୮ ତାରିଖ ରାତିରେ ମୃତକ ରମେଶଙ୍କ ପତ୍ନୀ ଅନୁପମା ରାଉତଙ୍କ ଅଭିଯୋଗ କ୍ରମେ ଟାଙ୍ଗୀ ଥାନା କେଶ ନମ୍ବର ୪୯୮/୨୩ ରେ ଏକ ହତ୍ୟା ମାମଲା ରୁଜୁ କରି ଗୁଳିକାଣ୍ଡ ରାତିରେ ଡାକ୍ତରଖାନାକୁ ରମେଶର ମୃତଦେହ ଧରି ଆସିଥିବା ମୁଣ୍ଡାଳ ଗ୍ରାମର ଟୁଟୁ ବାରିକକୁ ପୁଲିସ ପ୍ରଥମେ ଡାକ୍ତରଖାନାରୁ ଗିରଫ କରି ତାଠାରୁ ହତ୍ୟାକାଣ୍ଡ ସମ୍ପର୍କରେ ଅନେକ ସୂଚନା ହସ୍ତଗତ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲେ ଟାଙ୍ଗୀ ଥାନାଧିକାରୀ ଦିଗ୍ ବିଜୟ ବିଶ୍ଵାଳ । ହତ୍ୟାକାଣ୍ଡରେ ସାମିଲ ଥିବା ଗଙ୍ଗାଧର ସୁବୁଦ୍ଧି ଓରଫ ବୁନା ବାରିକକୁ ଗିରଫ କରି ହତ୍ୟାକାଣ୍ଡର କାରଣ ଖୋଜି ପାଇନଥିଲା ଟାଙ୍ଗୀ ପୁଲିସ।ଯାହା ଫଳରେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟରିୟା ଏବଂ ବାଲୁଗାଁ ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇ ଆନ୍ତର୍ଜାତୀୟ ସୁପାରୀ କିଲର ମନୋଜକୁ ଗିରଫ କରିବା ସହିତ ହତ୍ୟାକାଣ୍ଡରେ ସାମିଲ ଥିବା ଅନ୍ୟ ଜଣେ ଅପରାଧୀ ସନ୍ତୋଷ ଓରଫ ସିଲୁକୁ ଗିରଫ କରିଛି ଟାଙ୍ଗୀ ପୁଲିସ।ଏନେଇ ଆଜି ଅପରାହ୍ନ ସମୟରେ ଟାଙ୍ଗୀ ଥାନା ପରିସରରେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟରିୟା ପ୍ରେସ ମିଟ ମାଧ୍ୟମରେ ସୁପାରି କିଲର ମନୋଜ ଜଣେ ଆନ୍ତରାଜ୍ୟ ଅପରାଧୀ ହୋଇଥିଲା ବେଳେ ମନୋଜ ନାମରେ ବିଭିନ୍ନ ଥାନାରେ ୧୪ ରୁ ଉର୍ଦ୍ଧ୍ବ ହତ୍ୟା ,ରାହାଜନୀ ଡ଼କାୟତି ଭଳି ସଙ୍ଗୀନ ମାମଲା ରହିଛି।ତେବେ ହତ୍ୟାକାରୀ ମନୋଜ ଗତ ୧୪ ତାରିଖରେ ମୟୁରଭଞ୍ଜ ଜିଲ୍ଲାର ଶୂଳିଆପଦା ଥାନା ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଏବଂ ଡ଼କାୟତି କରିଥିଲେ।ଏହି ଅପରାଧ ଘଟେଇ ନିଜର କ୍ରାଇମ ବନ୍ଧୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ଥାନାର ମୁଣ୍ଡାଳ ଗ୍ରାମର ଟୁଟୁ ବାରିକଙ୍କ ଘରେ ଆଶ୍ରୟ ନେବାକୁ ଆସି ରହିଥିଲେ।ଅଭିଯୁକ୍ତ ମନୋଜ ସଦାବେଳେ ଅପରାଧ କରି ଟୁଟୁ ଘରକୁ ଆସି ଆଶ୍ରୟ ନେଇ ପୁଲିସକୁ ଚକମା ଦେଇ ବିଭିନ୍ନ ସମୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅପରାଧ କରେ। ତେବେ ଗତ ୧୮ ତାରିଖରେ ଟୁଟୁବାରିକ ,ମନୋଜ,ବୁନା ଏବଂ ସନ୍ତୋଷ ଏହି ଅଭିଯୁକ୍ତ ମାନେ ରାଧା ମୋହନପୁର ଗ୍ରାମର କିଛି ଦୂରରେ ଥିବା କେଳୁ ବେହେରାଙ୍କ ଦୋକାନ ପାଖରେ ମଦ୍ୟପାନ କରିବା ସହିତ ୧୪ ତାରିଖ ହତ୍ୟାକାଣ୍ଡ ବିଷୟରେ ପ୍ରଘଟ କରିଥିଲେ।ଯାହାଫଳରେ କାଳେ ଏ ବିଷୟ ଟୁଟୁ ବାରିକ ସହିତ ମଦ୍ୟପାନ କରୁଥିବା ସାଙ୍ଗ ରମେଶ ରାଉତ ବାହାରେ ପ୍ରଘଟ କରିଦେବ ସେ ବିଷୟରେ ରମେଶକୁ ଧମକ ଦେବା ସହିତ କାହାକୁ କହିଲେ ମାରିଦେବି କହି ମନୋଜ ରମେଶକୁ ଗୁଳି ମାଡ଼ କରି ଫେରାର ହୋଇଯାଇଥିଲେ।ତେବେ ହତ୍ୟାକାଣ୍ଡ ଭିଆଇଥିବା ଏହି ଅପରାଧୀ ମାନେ ନିଜର ଦୋଷ ଲୁଚେଇ ବାକୁ ଜଣେ ସାଙ୍ଗକୁ ମାରିଦେବା ଏବଂ ମାରି ଦେଇ ହତ୍ୟାକାରୀ ଫେରାର ହେବା ପୁଲିସ ପାଇଁ ମୁଣ୍ଡବ୍ୟଥା ଦେଇଥିଲା ତେବେ ବିଭିନ୍ନ ଦିଗରୁ ତଦନ୍ତ କରିବା ପରେ ହତ୍ୟାକାରୀଙ୍କୁ ଗିରଫ କରି ଟାଙ୍ଗୀ ପୋଲିସ ସଫଳତା ପାଇଥିବା ସୂଚନା ଦେଇଛନ୍ତି ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟରିଆ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।।