ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଗୁଣ୍ଡିଚା ବାଡ଼ି ଠାରେ ପ୍ରଭୁ ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥ ବାମନ ଓ ପର୍ଶୁରାମ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଠାକୁରଙ୍କ ଏହି ଅବତାର ଦେଖିବା ପାଇଁ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା । ଭକ୍ତ ମାନେ ନଡ଼ିଆ କଦଳୀ, ଫୁଲ ଦୀପ ଧରି ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ସହ ଦର୍ଶନ କରିଥିଲେ । ପାଗ ଅନୁକୂଳ ହୋଇ ଥିବାରୁ ଆଖ ପାଖର ପୁରପଲ୍ଲୀରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା ।
ବାମନ ଓ ପର୍ଶୁରାମ ଅବତାରରେ ଠାକୁରଙ୍କୁ ଦର୍ଶନ କଲେ ଭକ୍ତ !!!

