ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗତକଲି ସନ୍ଧ୍ୟା ସମୟରେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ର ବଡ କୋଳାକଟ ପଞ୍ଚାୟତ ଅଧିନସ୍ଥ ଜଙ୍ଗରିତୁଳ ଓ ବଙ୍ଗଡିସିଙ୍ଗ ଗ୍ରାମ ନିକଟରେ ଭୁସ୍କଳନ ହୋଇଥିଲା । ଭୂସ୍ଖଳନ ଖବର ପାଇ ବିଜେଡ଼ି ଯୁବନେତା ଇଂ ରୂପେଶ ପାଣିଗ୍ରାହୀ, ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଲ , ବିଜେଡ଼ି ରାଜ୍ୟ ସମ୍ପାଦକ ମରୁତ ପାଲ, ବିମଲ ଦଳେଇ, ଅତିନିଏଲ ରଇତ, ସୁରେନ୍ଦ୍ର ପାଲ ପ୍ରମୁଖ ଘଟଣାସ୍ଥଳକୁ ଯାଇ ପରିଦର୍ଶନ କରିଥିଲେ . ଏହି ଦୁଇଟି ଗ୍ରାମର ପ୍ରଭାବିତ 54 ପରିବାର ର ସଦସ୍ୟଙ୍କୁ ଭେଟିଥିଲେ । ହାଇଟେକ ଗୃପ ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ ଙ୍କ ଆଦେଶ କ୍ରମେ ଦୁଇଟି ଗ୍ରାମର ପ୍ରଭାବିତ ସମସ୍ତ ପରିବାରକୁ ଖାଇବା ସାମଗ୍ରୀ ବଣ୍ଟନ କରାଯାଇଥିଲା ।
ଜଙ୍ଗରିତୁଳ ଓ ବଙ୍ଗଡିସିଙ୍ଗ ଗ୍ରାମ ନିକଟରେ ଭୁସ୍କଳନ !!!

