ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ତହସିଲ ଅନ୍ତର୍ଗତ ବନ୍ଧଗାଁ ପଞ୍ଚାୟତର କିଛି ସରକାରୀ ଗୋଚର ଜମିରୁ ଜବରଦଖଲ ଉଛେଦ କରିବା ସହ ନାଲି ପତାକା ଲଗା ଯାଇଥିବା ଜଣାପଡିଛି । ସୁକିନ୍ଦା ତହସିଲର କଣ୍ଟାପାଳ ମୌଜାର କିଛି ଗୋଚର ଜମିକୁ ନୁଆଡ଼ିହ ଅଞ୍ଚଳର କିଛି ଲୋକ ଜବରଦସ୍ତ ଚାଷ କରୁଥିବା ନେଇ ବନ୍ଧଗାଁ ଅଞ୍ଚଳର ଗ୍ରାମବାସୀ ଅଭିଯୋଗ କରିଥିଲେ । ଗତ ଅଗଷ୍ଟ ୨୦୨୨ ରେ ଘଟଣାର ସତ୍ୟତା ଜାଣିବା ପାଇଁ ଆର.ଆଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସମୟରେ ଜବର ଦଖଲ କରିଥିବା ସଂପୃକ୍ତ ଯୁବକ ଆର. ଆଇ ଙ୍କୁ ଦୁର୍ବ୍ୟବହାର କରିଥିଲେ । ଏହି ଘଟଣାରେ ସଂପୃକ୍ତ ଯୁବକ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ । ଚଳିତ ବର୍ଷ ସେହି ଯୁବକ ପୁଣି ସେହି ସ୍ଥାନରେ ଚାଷ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ହେଉଥିବା ଅଭିଯୋଗ ହୋଇଥିଲା । ସୁକିନ୍ଦା ତହସିଲଦାର ଦମୟନ୍ତୀ ସାହୁ ସୂଚନା ପାଇ ପୋଲିସ ଟିମ୍ ସହ ସଂପୃକ୍ତ ସ୍ଥାନରୁ ଜବରଦଖଲ ଉଚ୍ଛେଦ କରିବା ସହ ନାଲି ପତାକା ଲଗାଇଥିବା ଦେଖିବାକୁ ମିଳିଛି ।
ଜବରଦଖଲ ହୋଇଥିବା ଗୋଚର ଜମିରେ ନାଲି ପତାକା ଲଗାଇଲେ ସୁକିନ୍ଦା ତହସିଲଦାର !!!

