ସାମ୍ବାଦିକଙ୍କ ମୋବାଇଲ ଫୋନ ଛଡାଇନେଲେ ସରପଞ୍ଚ !!

0
316

ସରପଞ୍ଚଙ୍କ ଦବଙ୍ଗ ଗିରି : ନୂଆଗାଁ ଥାନାରେ ଅଭିଯୋଗ

ନୟାଗଡ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ସମଗ୍ର ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଗଣମାଧ୍ୟମ ଉପରେ ଆକ୍ରୋଶ ଆକ୍ରମଣ . ସାରା ଓଡ଼ିଶାରେ କେଉଁଠି ନା କେଉଁଠି ପ୍ରତ୍ୟେକ ଦିନ ସାମ୍ବାଦିକଙ୍କୁ ଆକ୍ରମଣ ହେବାର ଖବର ସାମନାକୁ ଆସୁଛି . ନୟାଗଡ ଜିଲ୍ଲାରେ ସାମ୍ବାଦିକଙ୍କୁ ଅବକାରୀ କର୍ମଚାରୀଙ୍କ ଆକ୍ରମଣ ଘଟଣାକୁ ଏକ ମାସ ବିତି ନଥିବା ସମୟରେ , ଜିଲ୍ଲା ଅନ୍ତର୍ଗତ ନୂଆଗାଁ ବ୍ଲକ ମାଇଛେଳି ପଞ୍ଚାୟତରେ ଘଟିଛି ଆଉ ଏକ ଅଘଟଣ । ସଂଗ୍ରହ ସମୟରେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମାଇଛେଳି ପଞ୍ଚାୟତର ସରପଞ୍ଚ ଲିଙ୍ଗରାଜ ପରିଡ଼ା ଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି . ସୂଚନା ଅନୁଯାୟୀ , ଆଜି ଦିବା ୧୧.୩୦ ସମୟରେ ନୂଆଗାଁ ବ୍ଲକ ଟାଇମ୍ସ ଅଫ୍ କଳିଙ୍ଗ ର ସାମ୍ବାଦିକ ରଞ୍ଜନ କୁମାର ନାୟକ ଏବଂ ନୟାଗଡ ଦର୍ପଣ ର ସାମ୍ବାଦିକ ବିକ୍ରମ କେଶରୀ ନାୟକ ଉଭୟ ମାଇଛେଳି ପଞ୍ଚାୟତରେ PDS ଚାଉଳ ବଣ୍ଟନରେ ଦୁର୍ନୀତି ହେଉଥିବା ର ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ . ଚାଉଳ ନେଉଥିବା ଲୋକଙ୍କୁ ପଚାରି ବୁଝିବାରେ ଜଣାପଡିଥିଲା କି ସରପଞ୍ଚ ମନଇଚ୍ଛା ଚାଉଳ ଓଜନ କରି ଦେଉଛନ୍ତି , କାହାର ୪୦୦ଗ୍ରାମ କମୁଛିତ କାହାର ୫୦୦ଗ୍ରାମ କମୁଅଛି . ଏହି ବିଷୟରେ ଖବର ସଂଗ୍ରହ କରୁଥିବା ଖବର ଜାଣି ସରପଞ୍ଚ ଲିଙ୍ଗରାଜ ପରିଡ଼ା ସେଠାରେ ପହଞ୍ଚି ତାଙ୍କର ଦବଙ୍ଗ ଗିରି ଦେଖାଇ ଉତ୍ତ୍ୟକ୍ତ ହୋଇ ଦୁଇ ସାମ୍ବାଦିକଙ୍କୁ ଗାଳି ଗୁଲଜ କରି ମାଡ ମାରିବା ସହିତ ଜୀବନରେ ମାରିଦେବା ର ଧମକ ଦେଇ ଜଣେ ସାମ୍ବାଦିକଙ୍କ ମୋବାଇଲ ଫୋନ କୁ ଛଡାଇ ନେଇ ଯାଇଥିବା ନୂଆଗାଁ ଥାନାରେ ଅଭିଯୋଗ ହୋଇଅଛି । ନୟାଗଡ ଜିଲ୍ଲାରେ ଏକ ମାସ ମଧ୍ୟରେ ଗଣମାଧ୍ୟମ ଉପରେ ଦୋହରା ଆକ୍ରମଣକୁ ନେଇ ସୃଷ୍ଟି ହୋଇଛି ତୀବ୍ର ପ୍ରତିକ୍ରିୟା . ନୂଆଗାଁ ବ୍ଲକ ଡିଜିଟାଲ ମିଡ଼ିଆ ୟୁନିୟନ ଏବଂ ଜିଲ୍ଲା ସଂଘ ଘଟଣାର ତୀବ୍ର ପ୍ରତିବାଦ କରିବା ସହିତ ସମ୍ପୃକ୍ତ ସରପଞ୍ଚଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି .

LEAVE A REPLY

Please enter your comment!
Please enter your name here