ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଗମ୍ଭାରୀମୁଣ୍ଡା ଅଞ୍ଚଳ ରେ ଯୁବକଙ୍କ ମୃତ୍ୟୁ କୁ ନେଇ ଦେଖାଦେଇଛି ବିଭିନ୍ନ ଚର୍ଚ୍ଚା ଆଲୋଚନା । ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ ମାରି ଦିଆଯାଇ ଆତ୍ମହତ୍ୟା ର ରୂପ ଦିଆଯାଇଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଖବର ନେବାରେ ଜଣାଯାଏ ନାଚୁଣୀ ଥାନା ଗମ୍ଭା୍ରିମୁଣ୍ଡା ଅଞ୍ଚଳ ଆୟତପୁର ଗ୍ରାମର ଦୀପକ ପ୍ରଧାନ ନାମକ ଯୁବକଙ୍କର ଗମ୍ଭାରୀମୁଣ୍ଡା ସରକାରୀ ଡାକ୍ତରଖାନା ରେ ମୃତ୍ୟୁ ଘଟିଛି । ତାଙ୍କ ର ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି । ମୃତ ଯୁବକ ଙ୍କୁ କେହି ହତ୍ୟା କରିଛି ନାଁ ତାକୁ କେହି ମାରିଦେଇ ଆତ୍ମହତ୍ୟା ର ରୂପ ଦେଉଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏନେଇ ନାଚୁଣୀ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ନାଚୁଣୀ ଥାନା ଅଞ୍ଚଳ ଘଟଣା : ଯୁବକଙ୍କ ମୃତ୍ୟୁ ସନ୍ଦେହ ଘେରରେ !!!

