ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଟାଟା ପାଓ୍ବାର ର ବିଦ୍ୟୁତ ଯୋଗାଣରେ ଅନିୟମିତାକୁ ଜୋରଦାର ବିରୋଧ । ବିରୋଧ କଲା ନୟାଗଡ଼ ଜିଲ୍ଲା କଂଗ୍ରେସ । ପ୍ରତିବାଦରେ ଦଳ ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ ସହ ଅଣ୍ଡା, ଟମାଟୋ ମାଡ । ଏପରି କିଛି ଦୃଶ୍ୟ ଆଜି ଦେଖିବାକୁ ମିଳିଛି ନୟାଗଡ ବିଦ୍ୟୁତ କାର୍ଯ୍ୟାଳୟ ଆଗରେ । ରାଜ୍ୟ କଂଗ୍ରେସର ନିଷ୍ପତି କ୍ରମେ ନୟାଗଡରେ ଆଜି ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା । ଜିଲ୍ଲା ସଭାପତି ରଣଜିତ ଦାସଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମି ଏହି ଧାରଣାରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ନେତା ଯୋଗ ଦେଇଥିବା ବେଳେ ଅଘୋଷିତ ବିଦ୍ୟୁତ କାଟ, ଲୋ-ଭୋଲଟେଜ, ବିଦ୍ୟୁତ ଶୁଳ୍କ ସମସ୍ୟା କୁ ନେଇ ଏଥିରେ ପ୍ରବଳ ପ୍ରତିବାଦ କରାଯାଇଥିଲା । ପ୍ରତିବାଦ ବେଳେ ଉତ୍ତେଜିତ କଂଗ୍ରେସ କର୍ମୀଙ୍କ ପକ୍ଷରୁ କାର୍ଯ୍ୟାଳୟ ଭିତରକୁ ଅଣ୍ଡା ଓ ଟମାଟୋ ମାଡ କରାଯାଇଥିଲା । ଫଳରେ ଟାଟା ପାଓ୍ବାରର କିଛି କର୍ମଚାରୀଙ୍କ ଦେହରେ ଅଣ୍ଡା ବାଜିଥିବା ଦେଖା ଯାଇଥିଲା । ତେବେ ପୋଲିସ ପହଚିଂ ଘଟଣାକୁ ନିୟନ୍ତ୍ରଣ କରିଥିଲା । ପରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଟାଟା ପାଓ୍ବାର ଅଧିକାରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯିବା ସହ ଆଗାମୀ ଦିନରେ ବିଦ୍ୟୁତ ସମସ୍ୟାର ସମାଧାନ ନହେଲେ ପରିଣତି ଭୟଙ୍କର ହେବବୋଲି କଂଗ୍ରେସ ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।
ନୟାଗଡ ଟାଟା ପାୱାର କାର୍ଯ୍ୟାଳୟରେ ଅଣ୍ଡା ଟମାଟୋ ବର୍ଷା !!!

