କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : କେନ୍ଦ୍ରାପଡାରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ କଣିହାଁ ଆକ୍ଟିଭ ମିଡ଼ିଆ କ୍ଲବ ତରଫରୁ ଦାବୀପତ୍ର ପ୍ରଦାନ . କେନ୍ଦ୍ରାପଡ଼ାର ମହିଳା କନେଷ୍ଟବଳ ପିନୁ ନାୟକ ବିରୋଧରେ ରାଜ୍ୟ ର ଅନେକ ସ୍ଥାନରେ ଆନ୍ଦୋଳନ ଜୋର ଧରିଥିବା ବେଳେ ଆଜି ଅନୁଗୋଳ ଜିଲ୍ଲା କଣିହାଁ ଆକ୍ଟିଭ୍ ମିଡ଼ିଆ କ୍ଲବ୍ ପକ୍ଷରୁ ଆଜି ସଂଘ ର ସମସ୍ତ ସାମ୍ବାଦିକଙ୍କ ନେତୃତ୍ୱରେ କଣିହାଁ ବିଡ଼ିଓ ନିଶାନ୍ ମିଶ୍ର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି . ସାମ୍ବାଦିକ ମାନଙ୍କର ବିଭିନ୍ନ ଦାବି ନେଇ ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି . ମହାମାରୀ କରୋନା ବିପତ୍ତି ସମୟ ରେ ସାମ୍ବାଦିକ ମାନେ ନିଜ ଜୀବନକୁ ବାଜି ଲଗାଇ ସରକାର ଙ୍କ ବିଭିନ୍ନ ଜନକଲ୍ୟାଣକାରି ଯୋଜନାର ସଫଳ ରୂପାୟନ ଦିଗରେ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି, ଜନସାଧାରଣଙ୍କ ବହୁବିଧ ସମସ୍ୟାକୁ ସକାରାତ୍ମକ ଶୈଳୀରେ ଉପସ୍ଥାପନ କରି ସମାଜର ଉନ୍ନତିରେ ସହାୟତା ହୋଇ ପାରିଛନ୍ତି, ସାମ୍ପ୍ରତିକ ସ୍ଥିତିରେ ରାଜ୍ୟର ପେଶାଦାର ସାମ୍ବାଦିକମାନଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି, କରୋନା ସମୟରେ ସାମ୍ବାଦିକମାନେ ଆକ୍ରମଣର ଶିକାର ହେଉଥିବା ନଜିର ରହିଛି, ଏ ପରିପେକ୍ଷୀରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ଦାବିପତ୍ର ରେ ଦର୍ଶାଯାଇଛି . କେନ୍ଦ୍ରାପଡାର ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ବିଚବଜାର ଉପରେ ମହିଳା କନେଷ୍ଟବଳଙ୍କ ଥାପଡ଼ ମାରିବା ଘଟଣା ସମଗ୍ର ସାମ୍ବାଦିକଙ୍କ ପ୍ରତି କୁଠାରାଘାତ କରିଛି , ତୁରନ୍ତ ଉକ୍ତ ମହିଳା କନେଷ୍ଟବଳଙ୍କ ଉପରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ଦାବି କରିଛି, ସରକାର ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ମାନ୍ୟତା ପ୍ରଦାନ କରିଥିଲା ବେଳେ , ଏପରି ଘଟଣା ସରକାରଙ୍କ ନିଷ୍ପତ୍ତିକୁ ଉପେକ୍ଷା କରୁଛି । ବରିଷ୍ଠ ଆଇନଜୀବୀ ତଥା କଣିହାଁ ବ୍ଲକ ଉପାଧ୍ୟକ୍ଷ ତ୍ରିପୁରାରି ପ୍ରଧାନ ଏବଂ ସଂଘର ସଭାପତି ଦିବ୍ୟଲୋଚନ ନାଏକ, ଉପସଭାପତି ମନୋଜ ସାହୁ, କାର୍ଯ୍ୟକାରୀ ସଭାପତି ମନୋଜ ଦାସ, ସଂପାଦକ ଅଶ୍ୱିନୀ କୁମାର ଦେବତା, ଭଜମୋହନ ସାହୁ, ବିଜୟ ବେହେରା, ଚନ୍ଦନ ପାଣି, ବଳଭଦ୍ର ନାଏକ, ଖଗେଶ୍ୱର ନାଏକ, ସୁନିଲ୍ ପାଣି, ନରୋତ୍ତମ ସେଠି, ଅମର ନାଏକ, ସୁବାଷ ଦାସ ପ୍ରମୁଖ ସାମ୍ବାଦିକ ଉପସ୍ଥିତ ରହି ବିଡ଼ିଓ ଙ୍କ ସହିତ ଆଲୋଚନା କରିଥିଲେ ।
କଣିହାଁ ଆକ୍ଟିଭ ମିଡ଼ିଆ କ୍ଲବ ତରଫରୁ ଦାବୀପତ୍ର ପ୍ରଦାନ !!!

