ଘର ଉପରେ ମାଡି ବସିଲା ଗଛ ଓ ବିଦ୍ୟୁତ ଖୁଣ୍ଟ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ପାଳଲହଡା ବ୍ଲକ ଡିମିରିଆ ପଞ୍ଚାୟତ ଖଜୁରିଆ ଗ୍ରାମରେ ଘଟିଛି ଏପରି ଘଟଣା । ଆଜି ଅପରାହ୍ନରେ ପ୍ରବଳ ପବନ ସହିତ ବର୍ଷା ହେବା ଫଳରେ ଶୁକ୍ରା ହେମ୍ରମଙ୍କ ଘର ଉପରେ ଏକ ବଡ଼ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ହଠାତ୍ ପଡ଼ିଯାଇଥିଲା । ଫଳରେ ଘର ଭିତରେ ପରିବାରର ୩ ଜଣ ସଦସ୍ୟ ଥିବା ବେଳେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇ କାହାର କିଛି କ୍ଷତି ହୋଇନଥିବା ଜଣା ପଡ଼ିଛି । ଘରର କିଛି ଅଂଶ ଭାଙ୍ଗି ଚୂର୍ ମାର୍ ହୋଇଯାଇଛି ।

 

Leave a Reply

Your email address will not be published. Required fields are marked *