କାର୍ତ୍ତିକ ମାସରେ ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରସାଦ ବ୍ୟବସ୍ଥା !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ପବିତ୍ର କାର୍ତ୍ତିକ ମାସରେ ହବିଷ୍ୟାଳି ଓ ଶ୍ରଦ୍ଧାଳୁ ଭକ୍ତଙ୍କୁ ଅନ୍ନପ୍ରସାଦ ଯୋଗାଇଦେବା ପାଇଁ ବାଲିଗୁଡ଼ା ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ମନ୍ଦିର ପରିସରରେ ଭକ୍ତମାନେ ନିର୍ଦ୍ଧାରିତ ଦେୟ ଦେଇ ଭୋଗପ୍ରସାଦ ସଂଗ୍ରହ କରିପାରିବେ। ଟ୍ରଷ୍ଟ ବୋର୍ଡର ସୂଚନା ଅନୁଯାୟୀ, ପ୍ରତି ଅନ୍ନପ୍ରସାଦ ପାଇଁ ୧୦୦ ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ଖିରି ଓ କାକରା ଭୋଗ ପ୍ରସାଦ ପାଇଁ ଅତିରିକ୍ତ ୫୦ ଟଙ୍କା ଦେବାକୁ ପଡ଼ିବ। ଭକ୍ତମାନେ ଯେଉଁ ଦିନ ପ୍ରସାଦ ନେବାକୁ ଚାହିଁବେ, ସେହିଦିନ ସକାଳ ୯ଟା ପୂର୍ବରୁ ଦେୟ ଜମା କରି ଟିକଟ ସଂଗ୍ରହ କରିବାକୁ ହେବ। ଏଥିସହ ଇଚ୍ଛୁକ ଶ୍ରଦ୍ଧାଳୁ ମାନେ ସମ୍ପୂର୍ଣ୍ଣ କାର୍ତ୍ତିକ ମାସ ପାଇଁ ମଧ୍ୟ ଏକକାଳୀନ ଟିକଟ କାଟିପାରିବେ। ପ୍ରତିଦିନ ଅପରାହ୍ନ ୧ଟାରୁ ୨ଟା ମଧ୍ୟରେ ପ୍ରସାଦ ବଣ୍ଟନ କରାଯିବ। ଭକ୍ତମାନେ ମନ୍ଦିର ପରିସରରେ ବସି ପ୍ରସାଦ ସେବନ କରିବା ସହ ନିଜ ସୁବିଧା ଅନୁଯାୟୀ ସାଙ୍ଗରେ ମଧ୍ୟ ନେଇପାରିବେ। ଏହି ବ୍ୟବସ୍ଥା ସମ୍ପର୍କରେ ଅଧିକ ସୂଚନା ପାଇଁ ଶ୍ରଦ୍ଧାଳୁମାନେ ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟଙ୍କ ସହ ଯୋଗାଯୋଗ କରିପାରିବେ। ପବିତ୍ର କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଦର୍ଶନ ସହ ଅନ୍ନପ୍ରସାଦ ସେବନର ସୁଯୋଗ ପାଇବାକୁ ଏହି ବ୍ୟବସ୍ଥା ଭକ୍ତଙ୍କ ପାଇଁ ସହାୟକ ହେବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *