ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୁରୀ ଘୋଷଯାତ୍ରା ଉପଲକ୍ଷେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପୁରୀ ଶ୍ରୀ ଗୁଣ୍ଡିଚା ମନ୍ଦିର ମୁକ୍ତାକାଶ ରଙ୍ଗମଞ୍ଚ ରେ ଭଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ତେବେ ଉକ୍ତ କାର୍ଯ୍ୟକ୍ରମରେ ପଣ୍ଡିତ ରଘୁନାଥ ପାତ୍ର ଙ୍କ ନେତୃତ୍ୱ ରେ ଭକ୍ତି ନୈବେଦ୍ୟ , ପାରଳାଖେମୁଣ୍ଡି ର କଣ୍ଠଶିଳ୍ପୀ ମାନେ ଉଚ୍ଚକୋଟି ର ଭଜନ ପରିବେଷଣ କରି ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କୁ ଆଧ୍ୟାତ୍ମିକତା ର ପରିବେଶ ମଧ୍ୟରେ ମନ୍ତ୍ର ମୁଗ୍ଧ କରିଥିଲେ । ଭଜନ କାର୍ଯ୍ୟକ୍ରମ ରେ ବିଶିଷ୍ଟ ଭଜନ ଶିଳ୍ପୀ ପଣ୍ଡିତ ରଘୁନାଥ ପାତ୍ର , ଶର୍ମିଲା ସାମନ୍ତରା , ଡ.ଚନ୍ଦନ ଗନ୍ତାୟତ , ଶିବପ୍ରସାଦ ଷଡ଼ଙ୍ଗୀ , ଅଶ୍ରୀତା ଷଡଙ୍ଗୀ , ଜଗନ୍ନାଥ ଶତପଥୀ , ଅଞ୍ଜଳି ପାତ୍ର , ଅସିତ୍ ନନ୍ଦ ପ୍ରମୁଖ ଭଜନ ପରିବେଷଣ କରିଥିବା ବେଳେ ବାଦ୍ୟ ଯନ୍ତ୍ର ରେ ଅଭୟେନ୍ଦୁ ପଟ୍ଟନାୟକ , ଟିକିରି ଭାଇ , ଉମା ଭାଇ , ନିରାକାର ଭାଇ ପ୍ରମୁଖ ସହଯୋଗ କରିଥିଲେ। ଦୀର୍ଘ ୪ ଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ଭଜନ ପରିବେଷଣ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଉଚ୍ଚ କୋଟି ର ଭଜନ ପରିବେଷଣ କୁ ନେଇ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ତତ୍ ସଙ୍ଗେ ଗଜପତି ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , କ୍ରିଏଟିଭ ଆର୍ଟ୍ସ ର ସଭାପତି ନୃସିଂହ ଚରଣ ପଟ୍ଟନାୟକ , ସମଲେଇ ନୃତ୍ୟ କଳା ପରିଷଦର ବାଳକୃଷ୍ଣ ପାଣିଗ୍ରାହୀ , ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ର ର ଡି.ପ୍ରିୟଙ୍କା , ପଦାମୃତ୍ ନୃତ୍ୟାୟନ ର ପ୍ରୀତି ପ୍ରିୟା ଓ ବିନ୍ଦୁ ପ୍ରିୟା ସଦସ୍ୟ ଓ ପାରଳାଖେମୁଣ୍ଡି ର ଅନେକ ସାଂସ୍କୃତିକ ଅନୁଷ୍ଠାନ ର ସଦସ୍ୟ ଓ କଳାକାର ମାନେ ଭୂୟସୀ ପ୍ରଶଂସା କରିଛନ୍ତି।
ଭକ୍ତି ନୈବେଦ୍ୟ ତରଫରୁ ଶ୍ରୀକ୍ଷେତ୍ର ପୁରୀ ଠାରେ ଭଜନ ପରିବେଷଣ !!!

