ସିସିଟିଭି ନଜରରେ ରହିବ ନୟାଗଡ଼ ସହର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଏଣିକି ସିସିଟିଭି ନଜରରେ ରହିବ ନୟାଗଡ଼ ସହର । ସହରରେ ଅପରାଧ କରି ପୋଲିସ ନଜରରୁ ଆଉ ଖସି ପାରିବେନି ଅସାମାଜିକ ବ୍ୟକ୍ତି ଓ ଅପରାଧୀ । ନୟାଗଡ ପୋଲିସ ପକ୍ଷରୁ ଉଦ୍ଘାଟିତ ହୋଇଛି ୨୪ ଘଣ୍ଟିଆ ସିସିଟିଭି କଣ୍ଟ୍ରୋଲରୁମ । ଏହା ସହ ଏସଡିପିଓଙ୍କ କାର୍ଯ୍ୟାଳୟ ନିକଟରେ ଏକ ପୋଲିସ ଅତିଥି ଭବନର ମଧ୍ୟ ଉଦ୍ଘାଟନ କରାଯାଇଛି । ଆୟୋଜିତ ଉତ୍ସବରେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ଏବଂ ଏସପି ଅଲେଖ ଚନ୍ଦ୍ର ପହି ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ କିଶୋର ସାହୁ, ଏସଡିପିଓ ସୁବାସ ଚନ୍ଦ୍ର ପଣ୍ଡା, ଟାଉନ ଥାନା ଆଇଆଇସି ପ୍ରଞ୍ଜା ପାରମିତା ଜେନଙ୍କ ସହ ଜିଲ୍ଲାର ପ୍ରତ୍ୟେକ ଥାନାର ଅଧିକାରୀ ମାନେ ଯୋଗ ଦେଇଥିଲେ। ସିସିଟିଭି କଣ୍ଟ୍ରୋଲରୁମ ଦ୍ବାରା ପୋଲିସର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବାର ସହରବାସୀ ଆଶା ରଖିଥିବା ବେଳେ ଅପରାଧ ନିୟନ୍ତ୍ରଣରେ ନୟାଗଡ ପୋଲିସକୁ ଏହା ବେଶ ସହାୟକ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

 

Leave a Reply

Your email address will not be published. Required fields are marked *