କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ତାଳଚେର ନଗରପାଳ ଏବଂ ସମସ୍ତ କାଉନସିଲର !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ତାଳଚେର ପୌରପାଳିକା ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଆଜି ତାଳଚେର ପୌର ପରିଷଦର ସମସ୍ତ କାଉନସିଲର ଏବଂ ନଗରପାଳ ପବିତ୍ର ଭୁତିଆ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ନଗରପାଳ ପବିତ୍ର ଭୁତିଆ ଙ୍କ ଅଭିଯୋଗ ଯେ, ସାନିଟାଇଜ ଟେଣ୍ଡର ରେ ୧୦ ଜଣ ଅଂଶ ଗ୍ରହଣ କରିଥିଲେ। କିନ୍ତୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏଲ୍ 1.ଏଲ୍ 2. ଏଲ୍ 3 କୁ କାଟି ଏଲ୍ 4 ଠିକାଦାର ଙ୍କୁ କାର୍ଯ୍ୟାଦେଶ ଦେଇଛନ୍ତି । ସେହି କାର୍ଯ୍ୟ ଟି ଅଢେଇ କୋଟି ଟଙ୍କାର ଟେଣ୍ଡର ହୋଇ ଥିବାରୁ ସମସ୍ତ କାଉନସିଲର ଏବଂ ନଗରପାଳ ପବିତ୍ର ଭୁତିଆ ଜିଲ୍ଲାପାଳ ଙ୍କୁ ଭେଟିଛନ୍ତି । ତା ସହିତ ତାଳଚେର ସହରରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ୬ ମାସ ହେବ କରାଯାଉନାହିଁ । ଏପରିକି ଲୋକ ମାନଙ୍କୁ ଭତ୍ତା ମଧ୍ୟ ଦେଇ ପାରୁନାହାନ୍ତି ବୋଲି ମଧ୍ୟ କାଉନସିଲର ମାନେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *