ବିରଳ ଅସ୍ତ୍ରୋପଚାର ପରେ ମହିଳା ପାଇଲେ ନୂଆ ଜୀବନ : ମହିଳା ଙ୍କ ପେଟରୁ ବାହାରିଲା ୨୮ କେଜି ର ଟ୍ୟୁମର !!!

0
237

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମୃତ୍ୟୁ ସହିତ ସଂଗ୍ରାମ କରୁଥିଲେ ମହିଳା , ଏପରି କଷ୍ଟ ତାହା ପୁଣି ଏତେ ଜୋର ରେ ହେଉଥିଲା ଯେ, ତାକୁ ସହ୍ୟ କରିବା ମୁସ୍କିଲ ଥିଲା ! ଆଉ ଶେଷରେ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ମଧ୍ୟ ନେଇଥିଲେ । ଠିକ୍ ଏତିକି ବେଳେ ବିଶେଷ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଜିଲ୍ଲା ର ସାଈ ସେବା ସଦନ ନର୍ସିଂହୋମ ପରିଚାଳକ ନିକଟରେ ପହଞ୍ଚି ଥିଲେ ପିଡୀତା , ନିଜର କଷ୍ଟ ଓ ନିଜର ରୋଗ ସମ୍ପର୍କରେ ଆଲୋଚନା କରିଥିଲେ ପିଡୀତା । ଜଣେ ବୃଦ୍ଧା ଙ୍କର କିଭଳି ଚିକିତ୍ସା କରାଯାଇ ପାରିବ ଏପରିକି ଅପରେସନ୍ ସକ୍ସେସ୍ ହେବା ଥିଲା “ସାଈ ସେବା ସଦନ ନର୍ସିଂହୋମ” ପାଇଁ ବଡ ଚ୍ୟାଲେଞ୍ଜ । ନର୍ସିଂହୋମ ର ଅଭିଜ୍ଞା ଡାକ୍ତର ମାନଙ୍କୁ ନେଇ ଦୀର୍ଘ ୩ ଘଣ୍ଟା ଅପରେସନ କରି ବୃଦ୍ଧା ଙ୍କ ଷ୍ଟୋମାକ୍ ମଧ୍ୟରୁ ବାହାର କରିଥିଲେ ୨୮ କେଜି ର ଟ୍ୟୁମର । ଅପରେସନ ସଫଳ ହେବା ପରେ ଡାକ୍ତରି ଟିମ୍ ଏପରିକି ନର୍ସିଂହୋମ୍ ର ସମସ୍ତ କର୍ମଚାରୀ ଆଉ ପିଡୀତା ଓ ତାଙ୍କ ଏପରି ବୃଦ୍ଧା ଙ୍କର ସ୍ୱାମୀ ମଧ୍ୟ ଖୁସି ଥିବାର ଦେଖିବାକୁ ମିଳିଛି । ବୈ।ଦ୍ଧ ଜିଲ୍ଲାର ଦେଓଗଡ଼ ଗ୍ରାମର ବାସୁ ଦୀପଙ୍କର ପତ୍ନୀ ବାସନ୍ତୀ ଦୀପ୍ । ବାସନ୍ତୀ ଦୀପ୍ ଙ୍କର ପେଟରେ ଟ୍ୟୁମର ବା ମାଂସ ପିଣ୍ଡୁଳା ଦିନକୁ ଦିନ ବୃଦ୍ଧି ପାଉଛି ବୋଲି ଜଣାପଡିବା ପରେ ଜରୁରୀ ଚିକିତ୍ସା ର ଆବଶ୍ୟକତା ଥିଲା , ଚିକିତ୍ସା ପାଇଁ ବିଭିନ୍ନ ମେଡିକାଲ ର ଡାକ୍ତର ବାବୁ ଙ୍କ ନିକଟକୁ ଯାଇଥିଲେ । ମାତ୍ର ଅପରେସନ୍ ପାଇଁ ମନାକରି ଦେଇଥିଲେ ଡାକ୍ତର । ପିଡୀତା ଙ୍କ କହିବା ଅନୁସାରେ ବିଭିନ୍ନ ବଡ ବଡ ମେଡିକାଲ ଗଲୁ ହେଲେ କେହି ଅପରେସନ କଲେ ନାହିଁ, ଆଉ ଶେଷରେ ଏହି ନର୍ସିଂହୋମ୍ ତଥା “ସାଈ ସେବା ସଦନ ନର୍ସିଂହୋମ୍” ଆସି ଅପରେସନ ହେବା ପରେ ମୁଁ ସୁସ୍ଥ ଅଛି ବୋଲି ପିଡୀତା ଓ ତାଙ୍କର ସ୍ୱାମୀ କହିଛନ୍ତି । ଏଭଳି ଏକ ଅପରେସନ ପୂର୍ବରୁ କରିଥିଲୁ ପ୍ରଥମେ ୭୨ କେଜି. ତା’ପରେ ୪୨ କେଜି ର ଏକ ଟ୍ୟୁମର ବାହାର କରି ସଫଳ ହୋଇଥିଲୁ , ତେଣୁ “ସାଈ ସେବା ସଦନ ନର୍ସିଂହୋମ୍” ର ଡାକ୍ତରୀ ଟିମ୍ ଏହି ଅପରେସନ କରି ସଫଳ ହୋଇଛନ୍ତି । ଯଦିଓ ଏହି ଅପରେସନ ଆମପାଇଁ ଏକ ଚ୍ୟାଲେଞ୍ଜ ଥିଲା ତଥାପି ଡାକ୍ତର ମାନଙ୍କ ଯୋଗୁଁ ଆମେ ସଫଳ ହୋଇଛୁ । ତତ୍ ସହିତ ରାଜ୍ୟ ସରକାରଙ୍କ ମାଗଣା ସ୍ୱାସ୍ଥ୍ୟ ସେବା ଜୀବନ ବୀମା ଯୋଜନାରେ ପିଡୀତା ଙ୍କର ଏହି ଅପରେସନ ଓ ଚିକିତ୍ସା କରିଯାଇଛି ବୋଲି “ସାଈ ସେବା ସଦନ ନର୍ସିଂହୋମ୍” ର ପରିଚାଳକ ଜଗନ୍ନାଥ ସାହୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here