କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଥାନା ଅନ୍ତର୍ଗତ ଶ୍ରୀରାମରେ ଅବସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୭୪ ତମ ବନ ମହୋତ୍ସବ ବୃକ୍ଷରୋପଣ ସହିତ ପାଳିତ ହୋଇଯାଇଛି । ଚଳିତବର୍ଷ ବନ ମହୋତ୍ସବ ସପ୍ତାହ ଅବସରରେ ଫୁଲନଖରା ବନାଞ୍ଚଳ, ନଗର ବନଖଣ୍ଡ , ଭୁବନେଶ୍ୱର ତରଫରୁ ଫରେଷ୍ଟର ଶ୍ରୀକାନ୍ତ ବେହେରାଙ୍କ ତତ୍ତ୍ଵାବଧାନରେ ମୁଖ୍ୟ ଅତିଥି ଭାବରେ ବିଶ୍ୱମାନବାଧିକାର ପରିଷଦର ରାଜ୍ୟ ସମ୍ପାଦକ ଡଃ. ଏସ.କେ.କଲିମୁଲ୍ଲା, ପ୍ରକୃତିବନ୍ଧୁ ନବକିଶୋର ପଣ୍ଡା ଓ ସମାଜସେବୀ ବସନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରକାଶ ରଞ୍ଜନ ଶତପଥୀ, ପତିତପାବନ ମହାପାତ୍ର, ଅଜିତ କୁମାର ନାଟିଆ, ସୁଧୀର ଜେନା, ଭବାନୀଶଙ୍କର ପାତ୍ର, ବିଶ୍ୱଜିତ ବେଉରିଆ, ପ୍ରତିମା ଜେନା, ତୃପ୍ତିମୟୀ ପରିଡ଼ା, ମନସ୍ଵିନୀ ଆଚାର୍ଯ୍ୟ ଏବଂ ବିଭାଗୀୟ ଫରେଷ୍ଟ ଗାର୍ଡ ଦିଲ୍ଲୀପ କୁଜ୍ଜୁର ଓ ସମସ୍ତ ଷ୍ଟାଫ ଯୋଗଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ଚାରାରୋପଣ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡଃ. କଲିମୁଲ୍ଲା ଛାତ୍ରଛାତ୍ରୀ ମାନଙ୍କୁ ବର୍ତ୍ତମାନ ପରିସ୍ଥିତିରେ ବୃକ୍ଷର ଉପାଦେୟତା ବିଷୟରେ ଉପଦେଶ ଦେଇ ସମସ୍ତଙ୍କୁ “ଗଛଟିଏ, ଜୀବନଟିଏ” ଏବଂ ଗୋଟିଏ ବୃକ୍ଷ ଦଶଟି ସୁପୁତ୍ର ସହ ସମାନ ବୋଲି କହି ସମସ୍ତଙ୍କୁ ଗଛ ଲଗାଇବାକୁ ଅନୁପ୍ରାଣୀତ କରିଥିଲେ । ସମସ୍ତଙ୍କ ସହଯୋଗ ପାଇଁ ବିଦ୍ୟାଳୟ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।


