ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଦେଓଗାଁ ପଞ୍ଚାୟତ ଦୁର୍ନୀତିର ଚରମ ସୀମାରେ ପହଞ୍ଚିଛି । କେବେ ମନରଗା ଯୋଜନାରେ ବିଭିନ୍ନ ପୋଖରୀ ମାନ ଖୋଳା ଯାଇଥିବା ବେଳେ ତାହା ଶ୍ରମିକ ବଦଳରେ ମେସିନ ଖୋଲିଛି ତ ଆଉ କେତେବେଳେ ଖାଉଟି ଙ୍କର ନିର୍ଦ୍ଧାରିତ ଚାଉଳ ରୁ ମନ ଇଚ୍ଛା ଚାରି ରୁ ପାଞ୍ଚ କେଜି କଟା ଯାଉଥିବାର ଅଭିଯୋଗ ହୋଇ ଆସୁଥିଛି ! ହିତାଧିକାରୀ ମାନଙ୍କୁ ଧମକ ଦିଆ ଯାଇଛି ତାଙ୍କର ଖାଉଟି କାର୍ଡ କାଟିଦେବା ପାଇଁ । ସ୍ଥାନୀୟ ପ୍ରଶାସନ ସବୁ ଜାଣି ଶୁଣି କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ କୁମ୍ଭକର୍ଣ୍ଣ ନିଦ୍ରେ ଶୋଇ ଯାଉଛି । ଏପରି ସ୍ଥଳେ ହିତାଧିକାରୀ ମାନଙ୍କର ତିନି ମାସର ଚାଉଳ ଦେବା ନିମନ୍ତେ ଟିପ ଚିହ୍ନ ନେଇ ହିତାଧିକାରୀ ମାନଙ୍କୁ ଦୁଇ ମାସର ଚାଉଳ ଦେଇ ଆଉ ଏକ ମାସର ଚାଉଳ ହଡ଼ପ କରିଥିବା ନେଇ ଅଭିଯୋଗ ହୋଇଛି । ହିତାଧିକାରୀ ବ୍ଲକ ଘେରିବା ସହିତ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଏକ ଅଭିଯୋଗ ପତ୍ର ଦେଇଛନ୍ତି । ଅଭିଯୋଗ ରୁ ଜଣାଯାଏ ସରକାର ଏକା ଥରରେ ତିନି ମାସର ମାଗଣା ଚାଉଳ ଦେଇ ଆସୁଥିବା ବେଳେ ଦେଓଗାଁ ଗ୍ରାମ ପଞ୍ଚାୟତରେ ଏହା ମାର୍ଚ୍ଚ ଏପ୍ରିଲ ଓ ମେ ମାସର ଖାଉଟି ସାମଗ୍ରୀ ଗତମାସ ୨୭/୦୬/୨୦୨୩ ରେ ହିତାଧିକାରୀ ମାନଙ୍କ ଟିପ ଚିହ୍ନ ନେଇ ବଣ୍ଟା ଯାଇଥିବା ବେଳେ ଏଥିରେ କେବଳ ଦୁଇ ମାସର ଚାଉଳ ଖାଉଟି ଙ୍କୁ ଦିଆ ଯାଇ ଆଉ ଏକ ମାସର ଚାଉଳ କୁ ହଡ଼ପ କରିଥିବା ନେଇ ଖାଉଟି ମାନେ ବ୍ଲକ ଘେରିଥିଲେ । ଏ ସମ୍ପର୍କରେ ଖାଦ୍ୟ ଯୋଗାଣ ଅଧିକାରୀ ଙ୍କୁ ପଚାରି ବାରେ ସେ କହିଥିଲେ ଯେ ଦେଓଗାଁ ପଞ୍ଚାୟତ ର ହିତାଧିକାରୀ ମାନେ ମେ ମାସ ସୁଦ୍ଧା ସମ୍ପୂର୍ଣ୍ଣ ଚାଉଳ ପାଇ ସାରିଛନ୍ତି କାରଣ ଅନଲାଇନ ରେ ଲିଙ୍କ ହେଇ ଯାଇଥିବାର ଦେଖା ଦେଉଛି । ଯଦି ହିତାଧିକାରୀ ପାଇଁ ନାହାନ୍ତି ଏହା ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ତେବେ ଏଠି ପଶ୍ନ ଉଠେ ଦେଓଗାଁ ଗ୍ରାମ ପଞ୍ଚାୟତର ୧୦୭୩ ହିତାଧିକାରୀ ମାନଙ୍କ ପାଇଁ ମାସକୁ ଦୁଇ ଶହ ପଚିଶି କୁଇଣ୍ଟାଲ ଚାଉଳ ଆସୁଥିବା ବେଳେ ଛଅ ଶହ ପଞ୍ଚସ୍ଥୋରି କୁଇଣ୍ଟାଲ ଖାଉଟି ସାମଗ୍ରୀ ଉଠାଇ ଖାଉଟି ଙ୍କ ଆଖିରେ ଆଙ୍ଗୁଠୀ ଗେଞ୍ଜି ଚାରିଶ ପଚାଶେ କୁଇଣ୍ଟାଲ ଚାଉଳ ବାଣ୍ଟି କାର୍ଯ୍ୟ ସାରିଦେଇ ଥିବା ସାଧାରଣରେ ପଶ୍ନ ସୃଷ୍ଟି କରିଛି । ତେବେ ଗୋଟିଏ ମାସର ଚାଉଳ ଦୁଇ ସହ ପଚିଶି କୁଇଣ୍ଟାଲ ଚାଉଳ କଣ ଭୁତ ଖାଇଗଲା । ଏହା ତଦନ୍ତ ସାପେକ୍ଷ ଥିବା ବେଳେ ଏ ନେଇ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଏକ ଅଭିଯୋଗ ପତ୍ର ହିତାଧିକାରୀ ମାନେ ଦେଇଛନ୍ତି ! ଏହାର ଆଉ ଏକ ନକଲ ମୁଖ୍ୟ ଶାସନ ସଚିବ ଓଡ଼ିଶା, ନିର୍ଦ୍ଦେଶକ ଖାଦ୍ୟ ଯୋଗାଣ ଓଡ଼ିଶା ଓ ଶାସନ ସଚିବ ପଞ୍ଚାୟତ ରାଜ ବିଭାଗ ଉଦ୍ଦେଶ୍ୟରେ ଏକ ନକଲ ଦିଆ ଯାଇଥିବା ଜଣା ଯାଇଛି ।

