ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ପୋଲିସ ବାଲୁଗାଁ ରେଳ ଷ୍ଟେସନ ନିକଟ ରୁ ଡକାୟତ ବବୁଲ ଖାଁ କୁ ଗିରଫ କରି କୋର୍ଟ କୋଟ ଚାଲାଣ କରିଛି ! ବବୁଲ ର ଘର ନିରାକାରପୁର ଥାନା ନିକଟସ୍ଥ ଖଜୁରୀଆପଡା ଅଞ୍ଚଳରେ ! ପ୍ରକାଶ ଥାଉକି ଚଳିତ ସପ୍ତାହ ଗୁରୁବାର ଦିନ ବାଣପୁର ଥାନାରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟାରୀଆ ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ୯ ଜଣ ଡକାୟତ ଶାଳିଆ ଡ୍ୟାମ ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ବସି ଡକାୟତି କରିବା ନିମନ୍ତେ ଯୋଜନା କରୁଥିବା ବେଳେ ସେଠାରୁ ଛ ଜଣ ଡକାୟତ ଙ୍କୁ ପୋଲିସ ଗିରଫ କରିଥିଲା ଏବଂ ଆଉ ତିନି ଜଣ ସେଠାରୁ ଫେରାର ହୋଇ ଯାଇଥିଲେ ! ଆଜି କୌଶଳ କ୍ରମେ ଫେରାର ଥିବା ୩ ଜଣ ଡ଼କାୟତ ମଧ୍ୟରୁ ଜଣେ ଡକାୟତ ବବୁଲ କୁ ବାଣପୁର ପୋଲିସ ବାଲୁଗାଁ ରେଳ ଷ୍ଟେସନ ରୁ କାବୁ କରିବାରେ ସଫଳ ହୋଇଛି ! ଅଭିଯୁକ୍ତ ବବୁଲକୁ କୋର୍ଟ ଚାଲାଣ କରାଯାଇଥିବାର ବାଣପୁର ଥାନା ଅଧିକାରୀ ଜୟ ପ୍ରକାଶ ପରିଡା ସୂଚନା ଦେଇଛନ୍ତି ।
ଡକାୟତ ବବୁଲ ଖାଁ କୁ ବାଲୁଗାଁ ରେଳ ଷ୍ଟେସନ ରୁ କାବୁ କଲା ବାଣପୁର ପୋଲିସ !!!

