୪୨ ମୌଜାରେ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ୪୨ ମୌଜା ଥାନା ଅନ୍ତର୍ଗତ ପୁଣ୍ୟତୋୟା ଭାରତ ବର୍ଷ ତରଫରୁ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ଠାରେ ଏକ ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୪୨ ମୌଜା ଓ ପାଖାପାଖି ଅଞ୍ଚଳର ପ୍ରାୟ ୫୦ ରୁ ଅଧିକ ଶିକ୍ଷାର୍ଥୀ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିଲେ । ଅନୁଷ୍ଠାନର ସଭାପତି ସ୍ୱୟଂଶ୍ରୀ ରାୟଙ୍କ ପରିଚାଳନା ଓ ସମ୍ପାଦକ ଅମରେନ୍ଦ୍ର ଦାଶଙ୍କ ସଂଯୋଜନାରେ ପ୍ରଶିକ୍ଷକ ଡଃ.ହୃଷୀକେଶ ନନ୍ଦ ଓ ସମାଜସେବୀ ତଥା ଜାତୀୟ ରକ୍ତଦାତା ମହାସଂଘର ଉପ-ସଭାପତି ଇଂ.ପ୍ରଶାନ୍ତ ଦାଶ ଉପସ୍ଥିତ ରହି ତତକାଳ ପ୍ରାଥମିକ ଚିକିତ୍ସା ସମ୍ବନ୍ଧରେ ଅନେକ ମୂଲ୍ୟବାନ ଓ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ, ପ୍ରଭାତ ଦେବତା, ସବିତାରାଣୀ ଦାଶ ଓ ପ୍ରକୃତିବନ୍ଧୁ ନବକିଶୋର ପଣ୍ଡା ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ । ଏହି ଅବସରରେ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ସଭାପତି ସରୋଜ ନଳିନୀ ପରିଜା ଓ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମସ୍ତଙ୍କ ସହଯୋଗ ପାଇଁ ସମ୍ପାଦକ ଅମରେନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *