ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗତକାଲି ବିଳମ୍ବିତ ରାତ୍ରୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ବାଲୁଗାଁ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଜଣେ ଚୋରା ଦେଶୀ ମଦ ବ୍ୟବସାୟୀ କୁ ଗିରଫ କରିବା ସହିତ ଅଭିଯୁକ୍ତ ନିକଟରୁ ଦେଶୀ ମଦ ସମେତ ଏକ ବାଇକ୍ ଜବତ କରିଛି ଅବକାରୀ ବିଭାଗ । ସୂଚନା ମୁତାବକ କୈାଣସି ସୂତ୍ରରୁ ଖବର ପାଇ ବାଲୁଗାଁ ଅବକାରୀ ବିଭାଗ ବାଣପୁର ବ୍ଲକର ଦାମିଆ ବରର୍ବରା ପଞ୍ଚାୟତ କୋଷରଡା ଅଞ୍ଚଳରୁ ବ୍ୟାପକ ପରିମାଣର ଦେଶୀ ମଦ ନେଇ ଏକ ବାଇକ ଯୋଗେ ଗାଲୁଆ ପଞ୍ଚାୟତ ଭୀମପୁର ଗ୍ରାମ ଅଭିମୁଖେ ଯାଉଥିବା ବେଳେ ସେହି ସମୟରେ ବାଲୁଗାଁ ଅବକାରୀ ବିଭାଗ ଚଢ଼ାଉ କରି କୋଷରଡା ଗ୍ରାମର ମହେଶ୍ୱର ଶବର (୧୯) ଗିରଫ କରିବା ସହିତ ତାଙ୍କ ନିକଟରୁ କିଛି ଦେଶୀ ମଦ ସମେତ ଏକ ବାଇକ ଜବତ କରି କେସ ନମ୍ବର ୬୩/୨୩-୨୪ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇ ଥିବାର ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି ।।
ବାଣପୁର ଥାନା ଅଞ୍ଚଳରେ ଅବକାରୀ ଚଢ଼ାଉ : ଦେଶୀମଦ ସମେତ ବାଇକ୍ ଜବତ ଜଣେ ଗିରଫ !!!

