ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବର୍ତ୍ତମାନ ଡେଙ୍ଗୁର ପ୍ରଭାବକୁ ଆଧାର କରି ଖୋର୍ଦ୍ଧା ଜିଲ୍ଲା ସହ ଜିଲ୍ଲାର ଟାଙ୍ଗି ଚିଲିକା ବ୍ଲକ ଅଧିନସ୍ଥ ସମସ୍ତ ଜେକେଏସ ରେ ସ୍ବାସ୍ଥ୍ୟକର୍ମୀ , ଆଶା ଓ ଅଙ୍ଗନୱାଡି, ସହାୟିକା ମାନଙ୍କୁ ନେଇ ଡେଙ୍ଗୁ ସଚେତନତା ଅଭିଯାନ ଆରମ୍ଭ ହୋଇ ଯାଇଛି । ଏଥିରେ ଡେଙ୍ଗୁ, ଡାଇରିଆ, ମ୍ୟାଲେରିଆ, ଫାଇଲେରିଆ, ଟିବି ଓ ଲେପ୍ରୋସି ଆଦି ଛଅଟି ରୋଗ ବିଷୟରେ ସଚେତନତା ଅଭିଯାନ ଚାଲିଥିବା ଦେଖାଯାଉଛି । ସେହିଭଳି ଆଜି ଟାଙ୍ଗି ବ୍ଲକରେ ଏହି ସଚେତନତା ନିମନ୍ତେ ଆଲୋଚନ ଚକ୍ର ଚାଲିଥିବାର ସୂଚନା ମିଳିଛି । ଏଥିରେ ବିଡ଼ିଓ, ବ୍ଲକ ଅଧ୍ୟକ୍ଷ, ସିଡିପିଓ, ସୁପର ଭାଇଜର, ଡାକ୍ତର ଓ ସୁପର ଭାଇଜର, ଗ୍ରୁପ ସହ ସମସ୍ତ ବିଭାଗର କର୍ମଚାରୀ ମାନେ ସାମିଲ ହୋଇଥିଲେ । ସମସ୍ତ ରୋଗର ନିରାକରଣ ନିମିତ୍ତ ଲକ୍ଷ୍ୟ ରହିଥିଲା । ରୋଗୀକୁ ଚିହ୍ନଟ କରିବା , ଗୁରୁତର ରୋଗୀକୁ ସ୍ବାସ୍ଥ୍ୟ ସେବା ନିମନ୍ତେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇବା ପାଇଁ କୁହା ଯାଇଥିଲା । ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ସାଧାରଣ ଜନତା ଙ୍କ ଅବଗତି ନିମନ୍ତେ ଆପ୍ରାଣ ଚେଷ୍ଟା କରିବାକୁ ଅନୁରୋଧ କରାଯାଇଥିଲା ।
ଟାଙ୍ଗୀ ରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ସପ୍ତାହ ପାଳନ !!!

