ବାଣପୁର ଗାଲୁଆ ଛକ ଅଳିଆ ଆବର୍ଜନାରୁ ଅଚିହ୍ନା ମହିଳାଙ୍କ ଶବ ଉଦ୍ଧାର : ହତ୍ୟା ସନ୍ଦେହ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ରାସ୍ତା ପାର୍ଶ୍ଵରେ ପଡ଼ୁଥିବା ଏକ ଅଳିଆ ଆବର୍ଜନା ଗଦା ରୁ ଜଣେ ଅଚିହ୍ନା ମହିଳାଙ୍କ ମୃତ ଦେହ ଜବତ କରିଛି ବାଣପୁର ପୋଲିସ । ସୂଚନା ମୁତାବକ ଆଜି ସକାଳୁ ବାଣପୁର ତହସିଲ ରୋଡ ଗାଲୁଆ ଛକ ନିକଟରେ ଏକ ରାସ୍ତା ପାର୍ଶ୍ଵରେ ପଡ଼ୁଥିବା ଏକ ଅଳିଆ ଆବର୍ଜନା ଗଦା ରୁ ଜଣେ ଅଚିହ୍ନା ମହିଳାଙ୍କ ଶବ ପଡ଼ି ଥିବାର ସ୍ଥାନୀୟ ଲୋକେ ଦେଖିଥିଲେ ! ସଙ୍ଗେ ସଙ୍ଗେ ବାଣପୁର ପୋଲିସ କୁ ଖବର ଦେଇଥିଲେ । ଅଚିହ୍ନା ମୃତ ମହିଳାଙ୍କ ବେକ ଓ ଶରୀରର ବିଭିନ୍ନ ଜାଗାରେ ରେ ଗଭୀର କ୍ଷତ ଥିବାର ଦେଖିବାକୁ ମିଳିଛି । ତାଙ୍କୁ କେହି ହତ୍ୟା କରି ଫୋପାଡ଼ି ଦେଇଥିବାର ସନ୍ଦେହ ହେଉଥିବା ବେଳେ ଆଉ କିଛି ସ୍ଥାନୀୟ ଲୋକେ କହୁଛନ୍ତି ତାଙ୍କୁ କିଛି କୁକୁର ମାନେ ଝୁଣି ଝୁଣି ମାରି ଦେଇଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ବାଣପୁର ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ ଜାରି ରଖିଛି ।

 

 

Leave a Reply

Your email address will not be published. Required fields are marked *