ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ କଲେଜର ଯୁବ ରେଡକ୍ରସ୍ ଓ ଗଜପତି ଜିଲ୍ଲା ରେଡକ୍ରସ ସମିତି ପକ୍ଷରୁ ୩ ଦିନିଆ ତାଲିମ ଶିବିର ଆୟୋଜନ କରାଯାଇଛି ! କଲେଜର ଅଧ୍ୟକ୍ଷ ଡ ଅଜୟ କୁମାର ତ୍ରିପାଠୀଙ୍କ ଅନୁମୋଦନ କ୍ରମେ ଏହାକୁ ଆୟୋଜନ କରାଯାଇଛି । ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଆଞ୍ଚଳିକ ବିଜ୍ଞାନ କଲେଜର ପୂର୍ବତନ ଅଧ୍ୟକ୍ଷ ଡ ବି. ଗୋବିନ୍ଦ ରାଓ ଯୋଗଦେଇ ଆଶୁ ଚିକିତ୍ସା ତାଲିମ କାର୍ଯ୍ୟକ୍ରମ କିପରି ଭାବରେ ଗୁରୁତ୍ଵ ବହନ କରେ ଏହା ଦ୍ବାରା କିପରି ଲାଭ ମିଳେ ସେ ଉପରେ କହିଥିଲେ । କାର୍ଯ୍ୟକ୍ରମରେ ରେଡକ୍ରସ ପରାମର୍ଶଦାତା ତଥା ଆବାହକ ସମ୍ପାଦକ ସୁକାନ୍ତ କୁମାର ବେହେରା ସମସ୍ତଙ୍କୁ ପ୍ରଥମେ ଶୁଭ କାମନା ବ୍ୟକ୍ତ କରି କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲେ । ଗଜପତି ଜିଲ୍ଲାର ୩୦ ରୁ ଅଧିକ ରେଡକ୍ରସ ଛାତ୍ର ଏଥିରେ ଯୋଗଦେଇ ଆଶୁ ଚିକିତ୍ସା ଉପରେ ବିଭିନ୍ନ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି । ଆଶୁ ଚିକିତ୍ସା ପାଇଁ କେଉଁ ସବୁ ଦିଗ ଉପରେ ଦୃଷ୍ଟି ରଖିବାକୁ ହେବ ସେ ବିଷୟରେ ତଥା ଏହା କିପରି ଆକସ୍ମିକ ଦୁର୍ଘଟଣା ପାଇଁ ଆବଶ୍ୟକ କୁହାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଯୁବ ରେଡକ୍ରସ୍ କାଉନସିଲର ଡ ପରମାନନ୍ଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । କାଉନସିଲର ଡ ସ୍ନେହପ୍ରଭା ପଣ୍ଡା, ଅଧ୍ୟାପକ ଡ ଚନ୍ଦ୍ର ଶେଖର ଦାସ, ସେକ୍ସନ ଅଧିକାରୀ ପ୍ରମୁଖଙ୍କ ସମେତ ବିଭିନ୍ନ କଲେଜର ରେଡକ୍ରସ ଅଧିକାରୀ ଓ ସଦସ୍ୟ ମାନେ ସହଯୋଗ କରିଥିଲେ ।