ବାଙ୍କୀ ବ୍ଲକ କେନ୍ଦୁପଲ୍ଲୀ ଗ୍ରାମ ପଞ୍ଚାୟତରେ ବିଜେପିର ଜନ ସମ୍ପର୍କ ପଦଯାତ୍ରା !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବାଙ୍କୀ ବ୍ଲକ କେନ୍ଦୁପଲ୍ଲୀ ଗ୍ରାମ ପଞ୍ଚାୟତରେ ବିଜେପିର ଜନ ସମ୍ପର୍କ ପଦଯାତ୍ରା ! କେନ୍ଦୁପଲ୍ଲୀ ଗ୍ରାମପଞ୍ଚାୟତର ଗୋପବନ୍ଧୁ ନଗର ମା’ମଙ୍ଗଳା ପୀଠ ଠାରୁ ବିଜେପିର ପଦଯାତ୍ରା ବାହାରି କେନ୍ଦୁପଲ୍ଲୀ ଓ ପତନୀ ଠାରେ ପହଁଚିଥିଲା । କେନ୍ଦ୍ରରେ ୯ ବର୍ଷ ବିଜେପି ଶାସନର ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣ ଯୋଜନା ସବୁ ଘରକୁ ଘର ବୁଲି ଜନସାଧାରଣଙ୍କୁ ଅବଗତ କରାଯାଇଥିଲା । ଦୀର୍ଘ ୨୩ବର୍ଷ ବିଜେଡିର ଦୁର୍ନିତି, ଭ୍ରଷ୍ଟାଚାର ଶାସନକୁ ଲୋକଙ୍କ ପାଖରେ ଉପସ୍ଥାପନ କରାଯାଇଥିଲା । ଏହି ପଦଯାତ୍ରା ବରିଷ୍ଠ ବିଜେପି ନେତା ବିଶ୍ୱନାଥ ସାହୁଙ୍କ ନେତୃତ୍ୱରେ କରାଯାଇଥିଲା । ବିଜେପିର ଜିଲ୍ଲା ପରିଷଦ ସଭ୍ୟ ତୁଷାରକାନ୍ତ ଚକ୍ରବର୍ତ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜନସାଧାରଣଙ୍କୁ କେନ୍ଦ୍ର ସରକାରଙ୍କ କଲ୍ୟାଣମୂଳକ କାର୍ଯ୍ୟ ସଂପର୍କରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ପରିଡା, ଡମପଡ଼ା ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ସରୋଜ ମତଗଜ ସିଂହ, ଜୟନ୍ତ ବେଉରା ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *