କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ , କୋଟଗଡ ବ୍ଲକ ମାଦାଗୁଡା ର ଦୁରିଙ୍ଗିପଡି ସାହି ର ତିନି ଜଣ ଶିଶୁ ଅପରାହ୍ନରେ ପଞ୍ଚାୟତ ନିକଟରେ ଥିବା ଏକ ବନ୍ଧରେ ଗାଧୋଇବା ବେଳେ ପାଣିରେ ଦଶବନ୍ତ ମହାନନ୍ଦ ନାମକ ୩ ବର୍ଷର ଶିଶୁଟି ବୁଡ଼ି ଯାଇଥିଲା l ହେଲେ ପରିବାର ଲୋକ ଖୋଜା ଖୋଜି କରିବା ପରେ ବନ୍ଧ ରୁ ଭାସମାନ ଅବସ୍ଥା ରେ ଶିଶୁଟିର ମୃତ ଶରୀର ଠାବ କରିଥିଲେ l ଗ୍ରାମବାସୀ ମାନଙ୍କ ସାହାଯ୍ୟ ରେ ଉଦ୍ଧାର କରି ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ ତେବେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ l ଶନିବାର ରାତି ରେ ମୃତ ଶିଶୁଟିର ଶବ ବ୍ୟବଛେଦ ହୋଇପାରି ନଥିଲା , ସ୍ଥାନୀୟ କିଛି ଯୁବକ ସହ ପରିବାର ଲୋକ ରାତି ତମାମ ଡାକ୍ତରଖାନା ପରିସରରେ ଅପେକ୍ଷା କରିବା ପରେ ସକାଳୁ ଶବ ବ୍ୟବଚ୍ଛେଦ ପାଇଁ ଆବଶ୍ୟକ କର୍ମଚାରୀ ଙ୍କୁ ଆଣିବାରେ କୌଣସି ସରକାରୀ ସହାୟତା ନ ମିଳିବାରୁ ଶବ ବ୍ୟବଚ୍ଛେଦକାରି ବ୍ୟକ୍ତି ଙ୍କୁ ଆଣିବାପାଇଁ ମାଦାଗୁଡା ର ଯୁବକ ଯାଇ ବାଲିଗୁଡା ରୁ ବାଇକ ରେ ଆଣିଲେ ଓ ଏହାପରେ ବି ଶବ ନେବାରେ ବିଳମ୍ବ ହେବାରୁ ବାଧ୍ୟ ହୋଇ ସାତ କିଲୋମିଟର ସ୍ଥାନୀୟ ଯୁବକ ବାଇକରେ ଶବ କୁ ନେଇ ଗ୍ରାମକୁ ଫେରିଥିଲେ | ଶବ ଗ୍ରାମ ରେ ପହଁଚିଲା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା |ଘରର ଜଣେ କୋମଳମତି ଶିଶୁ ମୃତ୍ୟୁବରଣ କରିବା ଅତ୍ୟନ୍ତ କଷ୍ଟ ଦାୟକ , ହେଲେ ସରକାରୀ ଅବ୍ୟବସ୍ଥା ତାହା ଠାରୁ ଅଧିକ କଷ୍ଟ ଦେଲା ବୋଲି କୋହଭରା ମନରେ ପ୍ରକାଶ କରିଛନ୍ତି ପରିବାର ସଦସ୍ୟ |