ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏବିଭିପିର ବିଜୟ : ନୟାଗଡ଼ରେ ପାଳିତ ହେଲା ବିଜୟ ଦିବସ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ବିଜୟକୁ ନେଇ ଏବିଭିପି ନୟାଗଡ଼ ଶାଖା ପକ୍ଷରୁ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ବିଜୟ ଦିବସ ପାଳନ କରାଯାଇଛି।

ଏହି ଅବସରରେ ଏବିଭିପି କାର୍ଯ୍ୟକର୍ତ୍ତାମାନେ ଏକତ୍ରିତ ହୋଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ଆନନ୍ଦ ଉତ୍ସବ ପାଳନ କରିଥିଲେ।

ଏହି ଅବସରରେ ଓଡ଼ିଶା ସରକାରଙ୍କୁ ଦୃଢ଼ ଆହ୍ୱାନ ଦିଆଯାଇଛି ଯେ, ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାର ଓ ଛାତ୍ର ପ୍ରତିନିଧିତ୍ୱକୁ ସୁଦୃଢ଼ କରିବା ପାଇଁ ଓଡ଼ିଶାରେ ଖୁବଶୀଘ୍ର ଛାତ୍ର ସଂସଦ ନିର୍ବାଚନ କରାଯାଉ। ନୟାଗଡ଼ ଜିଲ୍ଲାର ୧୦ଟି ପ୍ରମୁଖ କ୍ୟାମ୍ପସ ସମେତ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ମଧ୍ୟ ଆଗାମୀ ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପୂର୍ଣ୍ଣ ବିଜୟ ହାସଲ କରିବା ପାଇଁ ଦୃଢ଼ ଭାବେ କାର୍ଯ୍ୟ କରିବ ବୋଲି କାର୍ଯ୍ୟକର୍ତ୍ତାମାନେ କହିଛନ୍ତି।

କାର୍ଯ୍ୟକ୍ରମରେ ପୁରୀ ବିଭାଗ ସଂଯୋଜକ ସୌମ୍ୟରଞ୍ଜନ ସାହୁ, କ୍ୟାମ୍ପସ ୟୁନିଟ୍ ସଭାପତି ପାୟଲ ପ୍ରିୟଦର୍ଶିନୀ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସମ୍ବିତ ପ୍ରସାଦ ଶତପଥୀ, ବ୍ଲକ୍ ସଂଯୋଜକ ଶୁଭମ ସାହୁ, ମିଡିଆ ସଂଯୋଜକ ଶିବ ପ୍ରସାଦ ଭଟ୍ଟ, ଅବିନାଶ ପ୍ରଧାନ, ସ୍ୱାଧୀନ, ପିୟୁଷ ଦାସ, ଅଂଶୁମାନ ପଟ୍ଟନାୟକ ଓ ରିତେଶଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ଓଡ଼ିଶା ସରକାର ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ସମ୍ମାନ ଦେଇ ଆଉ ବିଳମ୍ବ ନକରି ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନର ତାରିଖ ଘୋଷଣା କରନ୍ତୁ। ଛାତ୍ରଙ୍କ ମତ, ଛାତ୍ରଙ୍କ ଅଧିକାର ଓ ଛାତ୍ରଙ୍କ ପ୍ରତିନିଧିତ୍ୱ ପାଇଁ ଛାତ୍ର ସଂସଦ ନିର୍ବାଚନ ତୁରନ୍ତ ଆୟୋଜନ କରାଯାଉ। ଗଣତାନ୍ତ୍ରିକ ଛାତ୍ର ଅଧିକାରର ପୁନଃପ୍ରତିଷ୍ଠା ପାଇଁ ଏବିଭିପି ନୟାଗଡ଼ ଶାଖା ନିଜର ଦାବିକୁ ଆହୁରି ଦୃଢ଼ ଭାବରେ ଉପସ୍ଥାପନ କରିବ।

Leave a Reply

Your email address will not be published. Required fields are marked *