ଚୋରା ମଦ ସହ ୨ ଗିରଫ !!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : କରୋନା ମହାମାରୀ ପାଇଁ ସରକାରଙ୍କ ପକ୍ଷରୁ ଚାରିଆଡେ ଲକଡାଉନ ଓ ସଟଡାଉନ ଜାରି ରହିଥିବା ବେଳେ ଏହାର ଫାଇଦା ଉଠାଇଉନ୍ତି କିଛି ଚୋରାମଦ ବ୍ୟବସାୟୀ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାଶ ଗ୍ରାମରେ ପରଜଙ୍ଗ ପୁଲିସ ଭିନ୍ନ ଭିନ୍ନ ଜାଗାରେ ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ଓ ଦେଶୀ ମଦ ସହ ଗୋଟିଏ ସ୍କରପିଓ ଗାଡ଼ି, ଗୋଟିଏ ବାଇକ, ଗୋଟିଏ ସ୍କୁଟି ଓ ଦମ୍ପତିଙ୍କୁ ଗିରଫ କରିଛି ।

ସୂଚନା ମୁତାବକ ପୋଲିସର ଚଢ଼ାଉ ସମୟରେ ଆମ୍ବପଳାଶ ଗ୍ରାମର ଏକ ଦମ୍ପତିଙ୍କ ଘରୁ ୧୫୦ ଲିଟର ଦେଶୀ ମଦ ଓ ୧୭୩ ବୋତଲ ବିଦେଶୀ ସହ ଏକ ବଡ଼ ଫ୍ରିଜରକୁ ପୋଲିସ ଜବତ କରିବା ସହିତ ଦମ୍ପତିକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେହିପରି ଗ୍ରାମର ଅନ୍ୟାନ୍ୟ ଜାଗାରେ ଚଢ଼ାଉ କରି ୯୫୫ ଲିଟର ବିଦେଶୀ ମଦ ଜବତ କରିବା ସହ ଗୋଟିଏ ସ୍କରପିଓ ଗାଡ଼ି, ଗୋଟିଏ ବାଇକ, ଗୋଟିଏ ସ୍କୁଟି କୁ ଜବତ କରିବା ସହିତ ଚାରିଜଣ ମଦ ମାଫିଆଙ୍କ ନାମରେ ମାମଲା ରୁଜୁ କରିଛି ।ତେବେ ଲକଡାଉନର ସୁଯୋଗ ନେଇ ଚୋରାମଦ କାରବାର କରୁଥିବା ମଦ ମାଫିଆଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *