ଖଣ୍ଡପଡା ( ଆୱାଜ ମିଡ଼ିଆ ) – ପ୍ରହ୍ଲାଦ ବରାଡ଼ : ନୟାଗଡ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ବାଇଗୁଣିଆ ଗ୍ରାମ ପଞ୍ଚାୟତ ର ଖୁଣ୍ଟୁପଡ଼ା ଗ୍ରାମର ଛେଳିଆ ପାହାଡ଼ରେ ଚାଲିଛି ଗ୍ରାଫାଇଟ ଖୋଜା ! ଆଜକୁ ପ୍ରାୟ ତିନି ଦିନ ଧରି ମେସିନ ଲଗାଯାଇ ପାହାଡ ଖୋଳି ସନ୍ଧାନ କରାଯାଉଛି ବହୁମୂଲ୍ୟ ଖଣିଜ ସମ୍ପଦ ଗ୍ରାଫଇଟ ! ତେବେ ଏହାକୁ ନେଇ ସ୍ଥାନୀୟ ଲୋକେ ଯେତିକି ଖୁସି ଅଛନ୍ତି ସେତିକି ଭୟଭୀତ ମଧ୍ୟ ଅଛନ୍ତି ! କାରଣ ଯଦି ଏଠାରେ ପ୍ରକୃତ ଗ୍ରାଫଇଟ ବାହାରେ ତେବେ ଏ ଅଂଚଳ ର ତ ବିକାଶ ହବ ନିଶ୍ଚୟ , କିନ୍ତୁ ସ୍ଥାନୀୟ ବାସିନ୍ଦାଙ୍କୁ ଅନ୍ୟତ୍ର ଉଠାଇ ଦେବାର ଭୟ ମଧ୍ୟ ରହିଛି ! ତେବେ ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ଏଠାରେ କଣ ରହିଛି , ଦେଖିବାକୁ ବାକି ରହିଲା କଣ ବାହାରୁଛି ଏଠାରୁ !
ଛେଳିଆ ପାହାଡ଼ରେ ଚାଲିଛି ଗ୍ରାଫାଇଟ ଖୋଜା !!!

