ବାଣପୁର ( ଆୱାଜ ମିଡ଼ିଆ ) – ରକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ବଡହନ୍ତୁଆଡ଼ ସେବା ସମବାୟ ସମିତିର ନୂତନ ଗୃହ ନିର୍ମାଣ ନିମିତ୍ତ ଭୂମି ପୂଜା ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ବଡ଼ହନ୍ତୁଆଡ ସେବା ସମବାୟ ସମିତିର ସଭାପତି ମାଧବ ବାରିକ ଙ୍କ ଉପସ୍ଥିତିରେ ଭୂମି ପୁଜାପାଠ କରାଯାଇ ଶୁଭ ଦିଆଯାଇଥିଲା l ଏହି ପୂଜାରେ ସେବା ସମବାୟ ସମିତିର ବରିଷ୍ଠ ସଭ୍ୟ ଭି. କାମେଶ୍ୱର ଆଚାରୀ, ବୁଦ୍ଧିଆ ବାରିକ, ଗୋବିନ୍ଦ ବାବୁଙ୍କ ସହ ସମିତିର ସମ୍ପାଦକ ପ୍ରସନ୍ନ ପଟନାୟକ ଏବଂ ଶାଖା ପରିଚାଳକ ନାରାୟଣ ନାୟକ ଉପସ୍ଥିତ ରହି ପୂଜାରେ ଭାଗ ନେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ l
ବାଣପୁର ବଡହନ୍ତୁଆଡ଼ ସେବା ସମବାୟ ସମିତିର ନୂତନ ଗୃହ ନିର୍ମାଣ ନିମିତ୍ତ ଭୂମିପୂଜା !!!

