ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ମା ଚର୍ଚ୍ଚିକା ପୀଠର ପାଦଦେଶରେ ଉତ୍ତର ଦ୍ୱାର ନିକଟରେ ଏକ ନୂତନ ଶନିଶ୍ଚର ମନ୍ଦିର ନିର୍ମାଣ କରାଯାଇ ଠାକୁରଙ୍କ ମୂର୍ତ୍ତି ସ୍ଥାପନ କରାଯାଇ ପ୍ରତିଷ୍ଠା କରାଯାଇଛି ! ମନ୍ଦିରରେ ପ୍ରଭୁ ଶନିଶ୍ଚର ଙ୍କର ବିଗ୍ରହ ସହିତ ବାମ ଓ ଦକ୍ଷିଣ ପାର୍ଶ୍ୱରେ ରାହୁ ଏବଂ କେତୁ ପୂଜା ପାଇବେ । ଏହି କାର୍ଯ୍ୟ ରେ ଚର୍ଚ୍ଚିକା ଠାକୁରାଣୀ ଙ୍କ ରାଜଗୁରୁ ଭବାନୀଶଙ୍କର ମହାପାତ୍ର ପୌରହିତ୍ୟ କରିଥିଲେ । ସକାଳୁ ଭକ୍ତ ମାନଙ୍କ ଦ୍ୱାରା ମହାନଦୀ ଠାରୁ କଳସରେ ଜଳ ଆଣି ଆସ୍ଥାନ ରେ ରଖିବା ପରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । କର୍ତ୍ତା ଭାବରେ ବାବୁ କୁମାର ରଣା ଏବଂ କର୍ତ୍ତୀ ଭାବରେ ତାଙ୍କର ସହଧର୍ମିଣି ରିତା ରଣା ଯଜ୍ଞ ରେ ବସିଥିଲେ ! ଆଚାର୍ଯ୍ୟ ପ୍ରତାପ କୁମାର ପଣ୍ଡା, ପ୍ରକାଶ ପଣ୍ଡା ସୂର୍ଯ୍ୟକାନ୍ତ ପଣ୍ଡା, ଗନ୍ଧର୍ବ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟ ସମାପନ କରଥିଲେ ! ବହୁ ଶ୍ରଦ୍ଧାଳୁ ଓ ଭକ୍ତ ଉପସ୍ଥିତ ରହିଥିବା ବେଳେ , ପ୍ରତେକ ବର୍ଷ ଏଠାରେ ବାର୍ଷିକ ଉତ୍ସବ ପାଳନ କରାଯିବ ବୋଲି କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି !