ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କେଣ୍ଟାଳ ଗ୍ରାମ ର ରଘୁନାଥ ମଳିକ ପତ୍ନୀ ପ୍ରେମଲତା ମଳିକ (୪୬) ଅପରାହ୍ନ ସମୟରେ ଘରେ ରୋଷେଇ କରୁଥିବା ସମୟରେ ବିଷଧର ସାପ କାମୁଡି ଦେବାରୁ ସେ ଗୁରୁତର ହୋଇ ପଡିଥିଲେ ! ସ୍ଥାନୀୟ ଲୋକେ ତାଙ୍କୁ ଆମ୍ବୁଲାନ୍ସ ରେ ସଙ୍ଗେ ସଙ୍ଗେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନେଇଥିଲେ । ସେଠାରେ ସେ ଅଧିକ ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । କଟକ ବଡ଼ ଡ଼ାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେଠାରେ ଶବ ବ୍ୟବଚ୍ଛେଦ ହେବାପରେ ଗ୍ରାମ ଶ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କ ଏକମାତ୍ର ପୁତ୍ର ମଣ୍ଟୁ ମଳିକ ମୁଖାଗ୍ନି ଦେଇଥିଲେ । ରଘୁନାଥ ମଳିକ ଯିଏ କି ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରିଥାନ୍ତି । ରଘୁନାଥ ମଳିକ ଓ ତାଙ୍କ ପରିବାର ଚାଳ ଛପର ଭଙ୍ଗା ଘରେ ବସବାସ କରିଥାନ୍ତି । ପକ୍ଳାଘର ନଥିବାରୁ ସେ ଘରେ ବିଷଧର ସାପ ବାସ କରୁ ଥିବାରୁ ଆଜି ଜଣଙ୍କ ଜୀବନ ଚାଲିଗଲା । ତୁରନ୍ତ ରଘୁନାଥ ମଳିକ ଙ୍କୁ ପକ୍କା ଘର ଖଣ୍ଡେ ଯୋଗଇ ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ !!!

