ଚିନ୍ମୟ ଫାଉଣ୍ଡେସନର ୧୧୩ ତମ ପାକ୍ଷିକ ମିଶନ୍ ଅମୃତ ହସ୍ତମ୍ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗରିବ ଅସହାୟ ମାନଙ୍କୁ ସହାୟତା ଯୋଗାଇବାର ଲକ୍ଷ ନେଇ ଗତ ୨୨ ମାର୍ଚ୍ଚ ୨୦୨୦ ମସିହାରୁ ଅଦ୍ୟାବଧି ନିରବଚ୍ଛିନ୍ନ ପ୍ରକ୍ରିୟାରେ ଆଜକୁ ୧୬୯୫ ଦିନ ଧରି ସେବା କାର୍ଯ୍ୟ କରିଆସୁଛି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବାବଲପୁରା ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ। ଫାଉଣ୍ଡେସନ ଦ୍ଵାରା ପରିଚାଳିତ କାର୍ଯ୍ୟକ୍ରମ ମିଶନ ଅମୃତ ହସ୍ତମ୍ ମାଧ୍ୟମରେ ୧୧୩ ତମ ପାକ୍ଷିକ କାର୍ଯ୍ୟକ୍ରମ ଅର୍ଥାତ୍ କାର୍ଯ୍ୟକ୍ରମର ଦିନ ସଂଖ୍ୟା ୧୬୮୧ ରୁ ୧୬୯୫ ପର୍ଯ୍ୟନ୍ତ ୨୭ ଅକ୍ଟୋବର ୨୦୨୪ ରୁ ୧୦ ନଭେମ୍ବର ୨୦୨୪ ରିଖ ପଯ୍ୟନ୍ତ ଦୀର୍ଘ ୧୫ ଦିନ ଧରି ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ,ବସ୍ତ୍ର, ରାସନ ସାମଗ୍ରୀ ଆଦି ବଣ୍ଟନ କରାଯାଉଥିବାର ଦେଖିବାକୁ ମିଳିଛି। ଫାଉଣ୍ଡେସନର ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ମାଷ୍ଟର ମିହିର କୁମାର୍, ଶ୍ରୀକ୍ଷେତ୍ର ସାହୁ, ଭୋଳା ଜେନା ଆଦି ଏହି କାର୍ଯ୍ୟକ୍ରମକୁ ସମ୍ପାଦନ କରୁଥିବାର ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *