ଗୁରାଣ୍ଡି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ପଦବୀ ପୂରଣ ହେବ କେବେ ???

0
196
Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ର ଗୁରାଣ୍ଡି ଗ୍ରାମ ପଞ୍ଚାୟତ ର ଗୁରାଣ୍ଡି ଗ୍ରାମରେ ଥିବା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟର ସ୍ଥାୟୀ ପ୍ରଧାନ ଶିକ୍ଷକ ପଦବୀ ଦୀର୍ଘ ଦିନ ହେଲା ପୂରଣ ହୋଇ ପାରୁନାହିଁ । ଏହି ପୁରାତନ ସ୍କୁଲରେ ସ୍ଥାୟୀ ପ୍ରଧାନ ଶିକ୍ଷକ ପଦବୀ ପୂରଣ ନ ହେବା ସମସ୍ତଙ୍କୁ ଆଚର୍ଯ୍ୟ କରିଛି । ବର୍ତ୍ତମାନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ ବି. ଧନଞ୍ଜୟ ଦାୟିତ୍ୱ ତୁଲାଉଛନ୍ତି । ଆହୁରି ୨ ଶିକ୍ଷକ ପଦବୀ ଓ ପିଅନ ପଦବୀ ଖାଲି ପଡ଼ିଛି । ଏହି ସ୍କୁଲ ରେ ଷଷ୍ଠ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ 14 ଜଣ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟରତ ଥିବାର ଜଣା ପଡ଼ିଛି । ବିଦ୍ୟାଳୟରେ 263 ଜଣ ଛାତ୍ର ଛାତ୍ରୀ ଶିକ୍ଷା ଅଧ୍ୟୟନ କରୁଛନ୍ତି । ଏହା ପ୍ରତି ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେଇ ସ୍ଥାୟୀ ପ୍ରଧାନ ଶିକ୍ଷକ ପଦବୀ ପୂରଣ କରାଗଲେ ଅଞ୍ଚଳବାସୀ ଉପକୃତ ହେବେ ଏବଂ ଅଞ୍ଚଳରେ ଶିକ୍ଷାର ବିକାଶ ହୋଇ ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here