ରାବଣାରେ ବେଆଇନ ଦୋକାନ ଘର ଉଚ୍ଛେଦ କଲା ପ୍ରଶାସନ !!!

0
48

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ରାଜ୍ୟ ସରକାର ସରକାରୀ ଜମି ଜବରଦଖଲ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଯାଜପୁର ଜିଲ୍ଲା ଦାନଗଦି ତହସିଲ ଅନ୍ତର୍ଗତ ରାବଣା ଠାରେ ବେଆଇନ ଦୋକାନ ଗୃହ ନିର୍ମାଣକୁ ଦାନଗଦି ତହସିଲ କାର୍ଯ୍ଯାଳୟ ତରଫରୁ ଉଚ୍ଛେଦ ନୋଟିସ ଜାରି କରାଯାଇଥିଲା । ଆଜି ବେଆଇନ ଭାବରେ ନିର୍ମତ ଦୋକାନ ଗୃହକୁ ଉଚ୍ଛେଦ କରିଛି ପ୍ରଶାସନ । ସୂଚନା ମୁତାବକ କିଛି ଦିନ ପୂର୍ବରୁ ରାବଣା ଛକରେ ସରକାରୀ ଜମି ଜବର ଦଖଲ ହୋଇ ତା ମଧ୍ୟରେ ପାଞ୍ଚ ବଖରା ଘର ନିର୍ମାଣ ହେଉଛି ବୋଲି ଅନେକ ଗଣମାଧ୍ୟମରେ ଖବର ପ୍ରକାଶିତ ହେଇଥିଲା । ପଦକ୍ଷେପ ସ୍ୱରୂପ ତହସିଲ ପ୍ରଶାସନ ଓ ପୋଲିସ ଉପସ୍ଥିତରେ ଏହି ବେଆଇନ ନିର୍ମାଣ କାର୍ଯ୍ୟକୁ ଉଚ୍ଛେଦ କରାଯାଇଛି ! ଦାନଗଦି ତହସିଲଦାର ରଞ୍ଜିତ ମଲ୍ଲିକ, ଯଖପୁରା ଥାନ ଅଧିକାରିଣୀ ଲିଜ଼ାରାଣୀ ବିଶ୍ୱାଳ, ସ୍ଥାନୀୟ ଆର.ଆଇ ପ୍ରମୂଖ ଉଛେଦ ପ୍ରକ୍ରିୟା ସମୟରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here