ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ,ବ୍ଲାକମେଲିଙ୍ଗ ଓ ହତ୍ୟା ଧମକ ନେଇ ଥାନାରେ ଅଭିଯୋଗ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ,ବ୍ଲାକମେଲିଙ୍ଗ ଓ ହତ୍ୟା ଧମକ ନେଇ ଥାନାରେ ଅଭିଯୋଗ । ଏକ ତରଫା ପ୍ରେମର କରୁଣ ପରିଣତି । ମହିଳା ୟୁଟୁବର ଙ୍କୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ପ୍ରତିଶୋଧ ପରାୟଣ ଯୁବକଙ୍କ ଭୟଙ୍କର କାରନାମା । ମହିଳାଙ୍କୁ ବ୍ଲାକ ମେଲିଙ୍ଗ କରିବା ସହ ଫେକ ଇନଷ୍ଟାଗ୍ରାମ ଆଇଡି ଖୋଲି ମହିଳା ଙ୍କ ଫଟୋ କୁ ଅଶ୍ଳୀଳ ଭାବେ ଏଡିଟିଂ କରି ଆପତ୍ତି ଜନକ ଫଟୋ ଅପଲୋଡ଼ କରି ବଦନାମ କରିବାକୁ ଅପଚେଷ୍ଟା । ପାଟକୁରା ଥାନା ଅନ୍ତର୍ଗତ ଗରଦପୁର ଗାଁ ର ଦମୟନ୍ତୀ ପାଣି ନାମକ ମହିଳା ୟୁଟୁବର ଏକ ବର୍ଷ ତଳେ ରାହାମା ସ୍ପନ୍ଦନା ଫାଇନାନ୍ସ ଶାଖାରୁ ଋଣ ଆଣିଥିଲେ । ତେବେ ମାସିକ କିସ୍ତି ଆଦାୟ ପାଇଁ ସେହି ସ୍ପନ୍ଦନl ଫାଇନାସନ୍ସ ଶାଖାର ଜଣେ କର୍ମଚାରୀ ବିପ୍ଳବ ପରିଡା ମହିଳାଙ୍କ ଘରକୁ ଆସୁଥିଲେ ଓ ତାଙ୍କର ଜଣେ ପ୍ରଶଂସକ ବୋଲି କହି ବନ୍ଧୁତ୍ୱ ସ୍ଥlପନ କରିଥିଲେ । ମହିଳାଙ୍କ ଋଣ ପରିଶୋଧ ହେବା ପରେ ବିପ୍ଳବ ପୁଣି ବାରମ୍ବାର ଦମୟନ୍ତୀଙ୍କ ଘରକୁ ଆସି ତାଙ୍କୁ ଏକ ତରଫା ପ୍ରେମ ନିବେଦନ କରୁଥିଲେ ।ଦମୟନ୍ତି ଜଣେ ବିବାହିତା ମହିଳା ହୋଇଥିବାରୁ ବିପ୍ଳବଙ୍କ ପ୍ରେମ ନିବେଦନ କୁ ଅସ୍ବୀକାର କରିବା ପରେ ବିପ୍ଳବ ପ୍ରତିଶୋଧ ପରାୟଣ ହୋଇ ଦମୟନ୍ତୀଙ୍କ ନାମରେ ଫେକ ଇନଷ୍ଟାଗ୍ରାମ ଆଇଡି ଖୋଲି ତାଙ୍କ ଫଟୋ କୁ ଅଶ୍ଳୀଳ ଭାବେ ଏଡିଟ କରି ଅପଲୋଡ଼ କରି ତାଙ୍କୁ ବ୍ଲାକମେଲିଙ୍ଗ କରିବା ସହ ଦମୟନ୍ତି ଙ୍କ ନାବାଳିକା ଝିଅ କୁ ହତ୍ୟା କରିବ ବୋଲି ଧମକ ଦେଉଥିବା ପାଟକୁରା ଥାନାରେ ଅଭିଯୋଗ ହୋଇଛି । ବିପ୍ଳବ , ଦମୟନ୍ତୀଙ୍କୁ ବାରମ୍ବାର ଫୋନ ରେ କଥା ହେବା ପାଇଁ ବାଧ୍ୟ କରିବା ସହ ତାଙ୍କୁ ଅଶ୍ଳୀଳ ମେସେଜ ଓ ଅଶ୍ଳୀଳ ଭଏସ ମେସେଜ କରୁଥିବାର ସେ ଅଭିଯୋଗ କରିଛନ୍ତି । ଏନେଇ ସେ ସାଇବର ସେଲରେ ମଧ୍ୟ ଏକ ଅଭିଯୋଗ କରିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *