ମହିଳା ଙ୍କ ଠାରୁ ଚେନ୍ ଲୁଟ୍ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସାଲୁଣି ଗ୍ରାମ ନିକଟରେ ଏକ ଲୁଟ ହୋଇଛି । ସୂଚନା ମୁତାବକ ଅପରାହ୍ନ ସମୟରେ ବେରୁଆଁବାଡ଼ି ଗ୍ରାମର ପ୍ରସନ୍ନ ସ୍ୱାଇଁଙ୍କ ପତ୍ନୀ ପ୍ରଭାସିନୀ ସ୍ୱାଇଁ ଏକ ସ୍କୁଟି ଯୋଗେ ବାଣପୁରରୁ ନିଜ ଗ୍ରାମକୁ ଫେରୁଥିଲେ । ସେହି ସମୟରେ ସାଲୁଣି ଗ୍ରାମ ନିକଟରେ ବିପରୀତ ଦିଗରୁ ହଠାତ ତିନି ଜଣ ଦୁର୍ବୁତ୍ତ ଏକ ବାଇକ ଯୋଗେ ଆସି ପ୍ରଭାସିନୀଙ୍କୁ ଡରାଇ ଧମକାଇ ତାଙ୍କର ଏକ ସୁନା ଚେନ ଲୁଟି କରି ନେଇ ଯାଇଥିଲେ । ଘଟଣା ସମ୍ପର୍କରେ ସନ୍ଧ୍ୟାରେ ପ୍ରଭାସିନୀ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ବାଣପୁର ପୋଲିସ ତନାଘନା ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *