ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଷଡ଼ଙ୍ଗୀ ଓ କପିଳାସ ବନ ବିଭାଗର ମିଳିତ ଚଢ଼ାଉ . ଅନେକ ଜଙ୍ଗଲ ଜାତ ପଦାର୍ଥ ଜବତ ସହ ଜଣେ ଗିରଫ . ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ଓ କପିଳାସ ବନବିଭାଗର ମିଳିତ ଚଢ଼ାଉ ସମୟରେ ଷଡ଼ଙ୍ଗୀ ଅଂଚଳର ବିଦ୍ୟାଧର ଦାସଙ୍କ ଘରୁ ଅନେକ ଜଙ୍ଗଲ ଜାତ ପଦାର୍ଥ ଜବତ ହେବାସହ ଗୋଟିଏ ଦେଶୀ ବନ୍ଧୁକ , 2ଟି ହରିଣ ସିଙ୍ଘ, ସ୍ପଟ ଲାଇଟ ଗୋଟିଏ , 2 ଟି ଧନୁ , 459 ଗ୍ରାମ ର ଗନ ପାଉଡର ଏବଂ ଅନେକ ଶିକାରରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ କେସ ଦାୟର ହେବା ସହ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଢେଙ୍କାନାଳରୁ ରଞ୍ଜିତ ବେହେରାଙ୍କ ରିପୋର୍ଟ ଆୱାଜ ମିଡ଼ିଆ
ଷଡ଼ଙ୍ଗୀ ଓ କପିଳାସ ବନ ବିଭାଗର ମିଳିତ ଚଢ଼ାଉ : ଜଙ୍ଗଲ ଜାତ ପଦାର୍ଥ ଜବତ ସହ ଜଣେ ଗିରଫ !!!

