ନୟାଗଡ଼ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ | ଏହି ଦିବସର ଗୁରୁତ୍ବ ଅର୍ଥାତ୍ ଦୀର୍ଘ ୬୧ ବର୍ଷ ପୂର୍ବେ ପବିତ୍ର ଜନ୍ମାଷ୍ଟମୀ ତିଥିରେ ବିଶ୍ବ ହିନ୍ଦୁ ପରିଷଦର ପ୍ରତିଷ୍ଠା ବିଷୟରେ ବିଶଦ ଆଲୋଚନା କରିଥିଲେ ନୟାଗତ ଜିଲ୍ଲା ବିଶ୍ବ ହିନ୍ଦୁ ପରିଷଦର କାର୍ଯ୍ୟାଳୟରେ ! ପ୍ରତିଷ୍ଠାତା ଗୁରୁଜୀ ଏମ୍ ଏସ ଗୋଲୱାଲକ ଏସ୍ ଏସ୍ ଆସ୍ତେ ତଥା ସ୍ବାମୀ ଚିନ୍ମୟାନନ୍ଦ ପ୍ରଥମେ ୧୯୬୪ ମସିହାରେ ସନାତନ ହିନ୍ଦୁ ଧର୍ମର ସୁରକ୍ଷା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ | ତାଙ୍କର ପଦ ଅନୁସରଣ କରି ଆଜି ଏହା ଏକ ବିଶାଳ ବଟ ବୃକ୍ଷ ସଦୃଶ ସାରା ଭାରତରେ ଏହି କାର୍ଯ୍ୟକ୍ରମ କିଭଳି ଭାବେ ଆଗେଇ ଚାଲିଛି ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ | ଧର୍ମ କୁ ତୁମେ ରକ୍ଷା କରିବାର ପ୍ରୟାସ କଲେ ତୁମକୁ ଧର୍ମ ରକ୍ଷା କରିବ (ଧର୍ମୋ ରକ୍ଷତି ରକ୍ଷିତଃ) ! ଏହି ଅବସରରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶ୍ରାଦ୍ଧ ଦିବସ ଓ ବଳିଦାନ ଦିବସ ଉପରେ ଆଲୋଚନା କରିଥିଲେ I ଅଧ୍ୟାପକ ବିପିନ କୁମାର ମହାପାତ୍ର ସାନ୍ତାନୁ କୁମାର ସ୍ୱାଇଁ ଭଗବାନ ସାହୁ ଗୁରୁ ପ୍ରସାଦ ଦାଶ ସ୍ୱରୂପ ପଟ୍ଟନାୟକ ଟ୍ୱିଟୁନା ଶାଉ ଜଗନ୍ନାଥ ପ୍ରସାଦ ଦାଶ ଅଶୋକ ରଥ ଭାନୁ ଭାଇ ପ୍ରମୁଖ କାର୍ଯ୍ୟକ୍ରମରେ ଭାଗ ନେଇ ସ୍ବାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀ ଙ୍କ ଶ୍ରାଦ୍ଧ ଦିବସ ଓ ବଳିଦାନର ଦିବସ ବିଷୟରେ ଆଲୋଚନା ହେବା ସହ ସ୍ୱାମୀଜୀଙ୍କୁ କିଭଳି ଜଘନ୍ୟ ଭାବେ ହତ୍ୟା କରାଯାଇଥିଲେ ମଧ୍ୟ୍ୟ ଏହାର ପ୍ରକୃତ ଦୋଷୀକୁ ଧାରା ଯାଇନଥିବାରୁ ଅସନ୍ତୋଷ ଓ ନିନ୍ଦା ପ୍ରକାଶ କରିଛନ୍ତି ! ମଞ୍ଚ ପରିଚାଳନା ଶ୍ରାବଣୀ ଗୁରୁମା କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ବର୍ଷା ଗୁରୁମା କରାଇଥିଲେ ଓ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ବହୁ ଗଣ୍ୟମାନ ବ୍ୟକ୍ତି ମା ମାନେ ଯୋଗ ଦେଇଥିଲେ! କୁନି କୁନି ପିଲାମାନେ ରାଧା କୃଷ୍ଣ ବେଶରେ ଗୀତ ନାଚରେ ସମସ୍ତେ ବିଭୋର ହୋଇ ଜନ୍ମାଷ୍ଟମୀ ରେ କୃଷ୍ଣମୟ ହେବାର ଦୃଶ୍ୟ ଦେଖିବାକୁ ମିଳିଥିଲା
ବିଶ୍ବ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ଓ ସ୍ୱାମୀ ଲକ୍ଷ୍ଣଣାନନ୍ଦ ସରସ୍ବତୀଙ୍କ ଶ୍ରାଦ୍ଧ ଦିବସ ପାଳିତ !!!

