ଜିଲ୍ଲାପାଳ ରାୟଗଡା ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ଜିଲ୍ଲା , ପଦ୍ମପୁର ବ୍ଲକ ଲିକିଟିପଦର ପଞ୍ଚାୟତ ସଦର ମହକୁମାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ । ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ପଦ୍ମପୁର ବ୍ଲକ ଲିକିଟିପଦର ଗ୍ରାମ ପଞ୍ଚାୟତ ସଦର ମହକୁମା ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ, ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଅତିରିକ୍ତ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ , ଗୁଣପୁର ଉପ ଜିଲ୍ଲାପାଳ ଲଳିତ କୁମାର କହଁର, ଗୁଣପୁର ଆଦିବାସୀ ଉନ୍ନୟନ ସସ୍ଥା, ପ୍ରକଳ୍ପ ପ୍ରଶାସକ ଶାନ୍ତିପ୍ରଭା ପ୍ରଧାନ ପ୍ରମୁଖ ଯୋଗଦାନ କରି ଶୁଣାଣି କରିଥିଲେ l ମୋଟ 82 ଟି ଅଭିଯୋଗ ଆସିଥିଲା , ସେଥି ମଧ୍ୟରୁ 70 ଟି ବ୍ୟକ୍ତିଗତ ଅଭିଯୋଗ ଥିଲାବେଳେ 12 ଗୋଟି ଗ୍ରାମବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା l ମୋ ଘର ଯୋଜନାର ପ୍ରଥମ କିସ୍ତି ଟଙ୍କା ଅତିରିକ୍ତ ଜିଲ୍ଲାପାଳ ହିତାଧିକାରୀଙ୍କୁ ପ୍ରଦାନ କରିବା ସହ 8 ଜଣଙ୍କୁ ତତ୍କାଳ ଭତ୍ତା ମଞ୍ଜୁର କରି ପ୍ରଦାନ କରିଥିଲେ । ସେହିପରି ଗୋଟିଏ ବିଦ୍ୟାଳୟକୁ ମୋ ସ୍କୁଲ ପଟ୍ଟା ମଧ୍ୟ ପ୍ରଦାନ କରିଥିଲେ । ଅଭିଯୋଗ ଶୁଣାଣି ଶେଷ ହେବା ପରେ ଗୁଣପୁର ଉପ ଜିଲ୍ଲାପାଳ ଓ ଅତିରିକ୍ତ ନିର୍ବାହୀ ଅଧିକାରୀ ଲିକିଟିପଦର 5 ଟି ସ୍କୁଲ ପରିଦର୍ଶନ କରିଥିଲେ । ଅଭିଯୋଗ ଶୁଣାଣି ଶିବିରରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସମେତ ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୀନା ପ୍ରଧାନ, ଅତିରିକ୍ତ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ଏଲ ସନ୍ତୋଷ, ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ, ନିର୍ବାହୀ ଯନ୍ତ୍ରୀ ଉଠା ଜଳସେଚନ, ପଦ୍ମପୁର ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଆଜିର ଅଭିଯୋଗ ଗୁଡିକରେ ବିଶେଷ କରି ରାସ୍ତା, ପାନୀୟ ଜଳ, ବିଦ୍ୟୁତିକରଣ, ଘର ବାରି ପଟ୍ଟା ପ୍ରଦାନ, କଲ୍ୟାଣ ମଣ୍ଡପ ନିର୍ମାଣ ବଡ଼ନାଲ କେନାଲ ପାଣି ବଣ୍ଟନ ଆଦି ନିମନ୍ତେ ଦରଖାସ୍ତ ଆସିଥିବା ଜଣା ପଡ଼ିଥିଲା । ଅତିରିକ୍ତ ଜିଲ୍ଲାପାଳ ଆଜିର ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ପଦ୍ମପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ଯୋଗାଣ ନିରୀକ୍ଷକ, ଲିକିଟିପଦର ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ, ଯୋଗାଣ ସହାୟକ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *