ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ସାମୁହିକ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗରେ ପ୍ରାୟ ୫୦ ରୁ ଉର୍ଦ୍ଧ ଫଳ ଓ ଅନ୍ୟାନ୍ୟ ଚାରା ରୋପଣ କରାଯାଇଥିଲା । ଆମ୍ବ, ପଣସ, ପିସ୍ତା ବାଦାମ, ବଉଳ ଇତ୍ୟାଦି ଗଛ ସବୁ ରାସ୍ତାର ଦୁଇ ପାର୍ଶ୍ଵରେ ଖାଲି ସ୍ଥାନରେ ଲଗା ଯାଇଥିଲା । ଚଳିତ ସପ୍ତାହରେ ସରକାରୀ କ୍ୱାର୍ଟର ଗୁଡିକରେ ମଧ୍ୟ ଏହି ଭଳି ଚାରା ସବୁ ଲଗାଯିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ବର୍ଷା ଋତୁ ଆରମ୍ଭ ରେ ଏହି ଗଛ ଗୁଡ଼ିକ ଲଗାଯାଇଥିବାରୁ ଏହା ନିଶ୍ଚିତ ଭାବରେ ବଞ୍ଚିବ ଏବଂ ପାଣି ଦେବାର ଆବଶ୍ୟକତା ବିଶେଷ ଦରକାର ପଡିବ ନାହିଁ ବୋଲି ପରିଷଦର ସଭାପତି ଅଲେଖ ଚନ୍ଦ୍ର ଜେନା କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜଣାଶୁଣା ସାମାଜିକ କର୍ମୀ ମାନି ପଣ୍ଡା, ପରିଷଦର ବରିଷ୍ଠ ସଦସ୍ୟ ଲକ୍ଷ୍ମଣ ଦାଶ, ଅବିନାଶ ଦାସ, ଅରୁଣ ସ୍ବାଇଁ, ସୁକାନ୍ତ ମହାନ୍ତି, ମନୋରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିଥିଲେ । ଏହିଭଳି ବର୍ଷା ଆରମ୍ଭରେ ପ୍ରତ୍ୟେକ ବ୍ୟକ୍ତି କିମ୍ୱା ଅନୁଷ୍ଠାନ କିଛି କିଛି ଚାରା ରୋପଣ କରନ୍ତୁ ବୋଲି ପରିଷଦ ପକ୍ଷରୁ ଆହ୍ବାନ ଦିଆଯାଇଛି ।
ମହାତ୍ମାଗାନ୍ଧୀ ମାର୍ଗରେ ସାମୁହିକ ଚାରା ରୋପଣ କାର୍ଯ୍ୟକ୍ରମ !!!

