ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ୱଭୂଷଣ ମହାପାତ୍ର : ସରିଲା ଭିକେ ପାଣ୍ଡିଆନ ଙ୍କ ଦୁଇ ଦିନିଆ ନୟାଗଡ ଜିଲା ଗସ୍ତ ! 5 T ସଚିବ ଭି.କେ.ପାଣ୍ଡିଆନ ଜିଲ୍ଲାର 4 ଟି ନିର୍ବାଚନ ମଣ୍ଡଳୀ ରଣପୁର, ନୟାଗଡ଼, ଦଶପଲ୍ଲା ଓ ଖଣ୍ଡପଡା କୁ ହେଲିକ୍ୟାପଟର ଯୋଗେ ତୋଫାନୀ ଗସ୍ତ କରି ସେଠାରେ ଜନ ଶୁଣାଣି ଶିବିରରେ ଯୋଗ ଦେଇଥିଲେ । ଏହା ସହ ଜିଲ୍ଲାର ପ୍ରସିଦ୍ଧ ମନ୍ଦିର ଗୁଡିକ ପରିଦର୍ଶନ କରି ଏହାର ଉନ୍ନତିକରଣ ପାଇଁ ସ୍ବତନ୍ତ୍ର ଅନୁଦାନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଜିଲ୍ଲାରେ ଶିକ୍ଷା ଓ ସ୍ବାସ୍ଥ୍ୟସେବାର ଉନ୍ନତି ସହ ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସ୍ବତନ୍ତ୍ର ପାଣ୍ଠି ଯୋଗାଇ ଦିଆଯାଇଥିବା 5t ସଚିବ ପ୍ରକାଶ କରିଥିଲେ । ଏହିଅବସରରେ ସାଧାରଣ ଲୋକଙ୍କ ଠାରୁ ଅଭିଯୋଗ ଗ୍ରହଣ କରିବା ସହ 7 ଦିନ ମଧ୍ୟରେ ଏହାର ସମାଧାନ କରାଯିବ ବୋଲି ମଧ୍ୟ ସେ ପ୍ରତିଶୃତି ଦେଇଥିଲେ । ଗସ୍ତର ଦ୍ବିତୀୟ ଦିନରେ ନୟାଗଡ଼ର ମା ଦଖିଣକାଳୀ, କଣ୍ଟିଲୋ ନୀଳମାଧବ ଓ ଓଡଗାଁର ରଘୁନାଥ ମନ୍ଦିର ଯାଇ ଦର୍ଶନ କରିଥିଲେ । ଏହା ସହ ନୟାଗଡ ଷ୍ଟାଡିୟମ ଓ ଲାଠିପଡା ଠାରେ ହଜାର ହଜାର ମହିଳାଙ୍କୁ ନେଇ ଆୟୋଜିତ ମିଶନ ଶକ୍ତି ଓ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ଙ୍କ ସହ ଅଲୋଚନା କରିଥିଲେ 5 T ସଚିବ ଭି.କେ.ପାଣ୍ଡିଆନ । ମହିଳାଙ୍କୁ ସ୍ବାବଲମ୍ବି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସେ ଆଲୋଚନା କରିଥିଲେ । ନୟାଗଡ଼ ଜିଲାର ପ୍ରସିଦ୍ଧ ଶରଣକୁଳ ଲଡୁବାବା ଓ ଓଡଗାଁ ରଘୁନାଥ ପୀଠକୁ ଗସ୍ତ କରି ସେବାୟତଙ୍କ ସହ ଆଲୋଚନା କରିଥିଲେ । ଖୁବ ଶୀଘ୍ର ଏ ସବୁ ପୀଠର ବିକାଶ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରାଯିବ ବୋଲି ମଧ୍ୟ ପ୍ରତିଶୃତି ଦେଇଥିଲେ । ସେହିପରି କଣ୍ଟିଲୋ ନୀଳମାଧବ ପୀଠକୁ ଗସ୍ତ କରି ନୀଳମାଧବ ପୀଠର ବିକାଶ କାର୍ଯ୍ୟ କେତେ ଆଗେଇଛି ତାର ସମୀକ୍ଷା କରିଥିଲେ । ସେହିପରି ନିର୍ମାଣଧୀନ ନୟାଗଡ ବଲଙ୍ଗିପାର୍କ କୁ ବୁଲି ଦେଖିଥିଲେ 5ଟି ସଚିବ । ମା ଦଖିଣକାଳୀ ମନ୍ଦିରର ଉନ୍ନତି ପାଇଁ ପାଣ୍ଠି ଯୋଗାଇ ଦେବାକୁ ମଧ୍ୟ ସେ ପ୍ରତିଶ୍ରୁତି ଦେଇଥିଲେ । ସଚିବଙ୍କ 2 ଦିନିଆ ନୟାଗଡ଼ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଜିଲାପାଳ, ଏସପି ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ 5t ସଚିବଙ୍କ ଗ୍ରସ୍ଥକୁ ନେଇ ବେଶ ତତ୍ପର ହୋଇ ଉଠିଥିଲେ ।