ଅଗ୍ନିଶମ ବିଭାଗ ତରଫରୁ ବ୍ରଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ମକ୍ ଡ୍ରିଲ !!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଅଗ୍ନି ସୁରକ୍ଷା ସପ୍ତାହ ପାଳନ ଅବସରରେ ରଣପୁର ଅଗ୍ନିଶମ ବିଭାଗ ତରଫରୁ ଆଜି ବ୍ରଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଏକ ମକ୍ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି l ରଣପୁର ଅଗ୍ନିଶମ ବିଭାଗର ଅଧିକାରୀ ସରୋଜ କୁମାର ଦାଶଙ୍କ ନେତୃତ୍ୱରେ ମୁଖ୍ୟ ଆଗ୍ନିକ ଅମେରେନ୍ଦ୍ର ତ୍ରିପାଠୀ, ପ୍ରଦୀପ କୁମାର ନାୟକ, ଗିରିଧାରୀ ଗଉଡା, ମନୋଜ କୁମାର ଗଉଡା, ବିଷ୍ଣୁ ଦଳେଇ, ଜୀବନ ପରିଡା ପ୍ରମୂଖ ଯୋଗ ଦେଇ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନିଆଁ ଲିଭାଇବାର ବିଭିନ୍ନ କୌଶଳ, ନିଆଁ ଲାଗିଥିବା ସମୟରେ ବହୁ ମହଲା ବିଶିଷ୍ଟ ଛାତ ଉପରୁ କିପରି ଲୋକମାନଙ୍କୁ ଉଦ୍ଧାର କରାଯିବ ସେ ସମ୍ପର୍କରେ ତାଲିମ ଦେଇଥିଲେ l

ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବନଲତା ବେହେରା, ବରିଷ୍ଠ ଶିକ୍ଷକ ବସନ୍ତ କୁମାର ବେହେରା, ବିରୁପାକ୍ଷ ମହାପାତ୍ର, ତିଲୋତ୍ତମା ପୃଷ୍ଟି, ପ୍ରତିମା ଦେବୀ, ଶତ୍ରୁଘନ ପ୍ରଧାନ, ଅଶୋକ ଦାଶ, ମନୋରଞ୍ଜନ ମହାରଣା, ସୁଶାନ୍ତ ସାମନ୍ତରାୟ, ସନ୍ଧ୍ୟା ଶତପଥୀ, ସାରଳା ଦେବୀ ଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ତାଲିମ ନେଇଥିଲେ l

Leave a Reply

Your email address will not be published. Required fields are marked *