ବାଲୁଗାଁ କଲେଜ କ୍ୟାମ୍ପସ କୁ ଛାତ୍ର ଛାତ୍ରୀ ଙ୍କୁ ମୋବାଇଲ ଫୋନ୍ ମନା : ଖିଲାପ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ – ଅଧ୍ୟକ୍ଷା କଳ୍ପନା ଦାସ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟ କ୍ୟାମ୍ପସ ପରିସରକୁ କୁ ଛାତ୍ର ଛାତ୍ରୀ ଙ୍କୁ ମୋବାଇଲ ଫୋନ୍ ବାରଣ କରାଯାଇଛି ! ଏହାକୁ ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅଧ୍ୟକ୍ଷା କଳ୍ପନା ଦାସ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ କଲେଜ କୁ ଆଖ ପାଖ ଅଞ୍ଚଳ ରୁ ପ୍ରାୟ ଶହ ଶହ ଛାତ୍ର ଛାତ୍ରୀ ପାଠ ପଢିବାକୁ ଆସିଥାନ୍ତି l ଚାକିରୀ ଦିନଠାରୁ ଆଜି ପର୍ଯ୍ୟନ୍ତ ଡକ୍ଟର କଳ୍ପନା ଦାସ ଡିପାଟମେଣ୍ଟ ସାଇକୋଲୋଜି ରେ ଛାତ୍ରୀ ଛାତ୍ର ମାନଙ୍କୁ ଉଚିତ ମାର୍ଗ ଦିଗଦର୍ଶନ ର ମୁଖ୍ୟ ଭୂମିକା ନେଇ କଲେଜ କୁ ଅତି ଗୌରବାନ୍ବିତ କରିଛନ୍ତି l ବର୍ତମାନ ବିଦ୍ୟାଳୟର ନୃତନ ଅଧ୍ୟକ୍ଷା ରୂପେ ଗୁରୁ ଦାୟିତ୍ୱ ନେବା ପରେ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଓ ଭିତ୍ତି ଭୂମି ଉପରେ ନଜର ଦେଇ ଉନ୍ନତି ପଥେ କାମ କରିବାକୁ ପ୍ରତିଶୃତି ଦେବା ସହିତ ପିଲାଙ୍କ ଭବିଷ୍ୟତ ବିଷୟରେ ଗଣମାଧ୍ୟମ ପ୍ରତିନିଧି ଙ୍କ ସହିତ ଆଲୋଚନା କରିଥିଲେ l ଛାତ୍ର ଛାତ୍ରୀ ମାନେ କିପରି ପାଠ ପଢିବା ସହିତ ନିଜ ଲକ୍ଷ୍ୟ ରେ ଆଗକୁ ବଢ଼ିବେ ସେଥିପାଇଁ ଅଧ୍ୟକ୍ଷା ଙ୍କ ଅହ ରହ ଜାରି ରହିଛି ଚେଷ୍ଟା । ବାଲୁଗାଁ କଲେଜ କ୍ୟାମ୍ପସ ଭିତରକୁ ଛାତ୍ର ଛାତ୍ରୀ ମାନଙ୍କୁ ମୋବାଇଲ ଫୋନ୍ ବାରଣ କରିବା ସହିତ ଯେଉଁ ଛାତ୍ର ଛାତ୍ରୀ ମାନେ ଦୁଇ ଚକିଆ ମୋଟର ସାଇକେଲ ନେଇକି ଆସୁଛନ୍ତି ସେମାନେ ହେଲମେଟ ପିନ୍ଧିକି ଆସିବା ନିହାତି ଆବଶ୍ୟକ ବୋଲି ନିୟମାବଳୀ ଜାରି କରିଛନ୍ତି ଅଧ୍ୟକ୍ଷା । ଉକ୍ତ ନିୟମାବଳୀ କୁ ଯେଉଁ ଛାତ୍ର ଛାତ୍ରୀ ମାନେ ଖିଲାପ କରିବେ ତାଙ୍କ ପ୍ରତି କଲେଜ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷା କଳ୍ପନା ଦାସ ।

Leave a Reply

Your email address will not be published. Required fields are marked *