ବଜରଙ୍ଗ ଦଳର ଅଖିଳ ଭାରତୀୟ ସେବା ସପ୍ତାହ ରେ ବୃକ୍ଷ ରୋପଣ ଓ ସ୍ବଚ୍ଛତା କାର୍ଯ୍ୟକ୍ରମ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ବଜରଙ୍ଗ ଦଳର ଅଖିଳ ଭାରତୀୟ ସେବା ସପ୍ତାହ ରେ ବୃକ୍ଷ ରୋପଣ ଓ ସ୍ବଚ୍ଛତା କାର୍ଯ୍ୟକ୍ରମ ! ଜୁଲାଇ ୨୩ ରୁ ୩୦ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଥିବା ବଜରଙ୍ଗ ଦଳର ଅଖିଳ ଭାରତୀୟ ସେବା ସପ୍ତାହ ରେ କଟକ ମହାନଗର ର ଧାକୁଲେଇ ପ୍ରଖଣ୍ଡରେ ବୃକ୍ଷ ରୋପଣ ଓ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପ୍ରଖଣ୍ଡ ସହ ସଂଯୋଜକ ମନୋଜ ସେଠ୍ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ , ପ୍ରଖଣ୍ଡ ସଂଯୋଜକ ପ୍ରଶାନ୍ତ ସାମଲ, ବିଭାଗ ସଂଯୋଜକ ସଞ୍ଜୟ ସିଂହ, ବରିଷ୍ଠ କାର୍ଯ୍ୟକର୍ତ୍ତା ଉଦୟନାଥ ମହାନ୍ତି, ଗୋରକ୍ଷା ପ୍ରମୁଖ ଦୀପକ ବାରିକ୍, ଅଭିରାମ ନାୟକ , ସତ୍ୟପ୍ରକାଶ ମହାପାତ୍ର ପ୍ରମୂଖ ସହଯୋଗ କରିଥିଲେ । ସ୍ୱଚ୍ଛ ସବୁଜ ପରିବେଶ ଗଠନ ଦିଗରେ ପ୍ରତି ବର୍ଷ ସେବା ସପ୍ତାହରେ ସାରା ଭାରତ ବର୍ଷ ରେ ବଜରଙ୍ଗ ଦଳ ତରଫରୁ ବୃକ୍ଷ ରୋପଣ ଓ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ମଠ ମନ୍ଦିର କୁ ପ୍ଲାଷ୍ଟିକ ମୁକ୍ତ କରି ଏକ ସୁସ୍ଥ ସମାଜ ଗଠନ କରିବା ବଜରଙ୍ଗ ଦଳର ଲକ୍ଷ୍ୟ ବୋଲି କାର୍ଯ୍ୟକ୍ରମର ଆୟୋଜକ ପ୍ରକାଶ କରିଛନ୍ତି !

Leave a Reply

Your email address will not be published. Required fields are marked *