ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ର ହୀରକ ଜୟନ୍ତୀ ଉତ୍ସବ : ସମସ୍ତ ପ୍ରସ୍ତୁତି ଶେଷ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟର ୬୦ ତମ ବର୍ଷ ପୂର୍ତ୍ତି ଉତ୍ସବ ତଥା ସ୍ବର୍ଗତ ପଣ୍ଡିତ ଗୋଦାବରୀଶ ମିଶ୍ର ଙ୍କ ୬୭ ତମ ଶ୍ରାଦ୍ଧ ବାର୍ଷିକ ଅବସରରେ ମହା ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ, ପରିଚାଳନା ସମିତି, ଛାତ୍ର ଛାତ୍ରୀ ଓ କର୍ମଚାରୀ ଙ୍କ ମିଳିତ ସହଯୋଗ ରେ ବୁଧବାର ଦିନ ମହାବିଦ୍ୟାଳୟରେ ପରିସରରେ ହୀରକ ଜୟନ୍ତୀ ପାଳନ ହେବାକୁ ଯାଉଛି । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାର ସୂଚନା ମିଳିଛି । ସକାଳ ୮ ଘଟିକା ରେ ଛାତ୍ର ଛାତ୍ରୀଙ୍କ ମାନଙ୍କ ଦ୍ଵାରା ତିଳ ତର୍ପଣ କରାଯାଇ ସ୍ବର୍ଗତ ମିଶ୍ରଙ୍କର ସ୍ମୃତି ଚାରଣ ପରେ , ଉଦଘାଟନୀ ଉତ୍ସବ , ସାଂସ୍କୃତିକ କାର୍ଯ୍ୟକ୍ରମ ୧୦ ଘଟିକା ଠାରୁ ୧୧ ଘଟିକା ପର୍ଯ୍ୟନ୍ତ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅପରାହ୍ନ ୨ ଘଟିକା ଠାରୁ ରହିଛି । ଉକ୍ତ ସମାରୋହ ରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ଯୋଗଦେବେ। ସମ୍ମାନିତ ଅତିଥି ଭାବରେ ସାଂସଦ ଶ୍ରୀଯୁକ୍ତ ପିନାକୀ ମିଶ୍ର, ମାନ୍ୟବର ସାଂସଦ ରାଜ୍ୟସଭା ଶ୍ରୀଯୁକ୍ତ ମାନସ ମଙ୍ଗରାଜ, ପୂର୍ବତନ ମନ୍ତ୍ରୀ, ମାନ୍ୟବର ବିଧାୟକ , ଭଣ୍ଡାରି ପୋଖରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ, ପୂର୍ବତନ ମନ୍ତ୍ରୀ ମାନ୍ୟବର ସଦସ୍ୟ ରାଜ୍ୟ ଯୋଜନା ବୋର୍ଡ ଶ୍ରୀଯୁକ୍ତ ଡାକ୍ତର ପ୍ରସନ୍ନ କୁମାର ପାଟଶାଣୀ, ଚିଲିକା ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ ଜଗଦେବ, ଗୋଦାବରୀଶ ମହା ବିଦ୍ୟାଳୟ ସଭାପତି ଶ୍ରୀମତୀ ବିଜୟା ବନ୍ଧନା ରାଉତରାୟ, ଅବସର ପ୍ରାପ୍ତ ଭାରତୀୟ ବନସେବା ଅଧିକାରୀ ଶ୍ରୀଯୁକ୍ତ ଆଶୁତୋଷ ସାମନ୍ତସିଂହାର, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧକ୍ଷ ଶ୍ରୀଯୁକ୍ତ ଗୋପୀନାଥ ମହାରଣା, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଟୁ ନାୟକ, ବାଣପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମରେନ୍ଦ୍ର ରଣସିଂହ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ମାନସ ରଞ୍ଜନ ପ୍ରଧାନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ମହାବିଦ୍ୟାଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାର ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *